ବୟସ ନୁହେଁ , ଚର୍ମର ଭୌତିକ କାରଣରୁ ବଢିଥାଏ କୁଞ୍ଚନ ! ଅଧ୍ୟୟନରେ ବଡ଼ ଖୁଲାସା
ନୂଆଦିଲ୍ଲୀ : କୁଞ୍ଚନ (wrinkles) ଶବ୍ଦ ଆସିବା କ୍ଷଣି ଲୋକଙ୍କ ମନ ମସ୍ତିଷ୍କରେ ସର୍ବ ପ୍ରଥମେ ଯେଉଁ ଜିନିଷ ଆସେ, ତାହା ହେଉଛି ବୟସ୍କ ଚେହେରା। ଅନେକ ଲୋକ ଭାବନ୍ତି ଯେ, କୁଞ୍ଚନ କେବଳ ବୟସ ବୃଦ୍ଧି ବା ଖରାରେ ଅଧିକ ସମୟ ବିତାଇବା କାରଣରୁ ହିଁ ହୋଇଥାଏ। କିନ୍ତୁ ବିଙ୍ଗହେମଟନ ୟୁନିଭର୍ସିଟିର ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ,କୁଞ୍ଚନ ଚର୍ମର ଶାରୀରିକ ବ୍ୟବହାର କାରଣରୁ ହୋଇଥାଏ।ଗବେଷକମାନେ ୧୬ ରୁ ୯୧ ବର୍ଷର ଲୋକଙ୍କ ଠାରୁ ସଂଗ୍ରହ କରାଯାଇ ଥିବା ସ୍କିନ୍ (ଚର୍ମ) ସାମ୍ପଲ୍ସର ପରୀକ୍ଷା କରିଥିଲେ ଏବଂ ଏଥିରୁ ଜାଣିବାକୁ ପାଇଥିଲେ ଯେ, ବୟସ ବଢିବା ସହ ଚର୍ମ ପୂର୍ବ ପରି ସମାନ ଭାବରେ ପ୍ରସାରିତ ଏବଂ ସଙ୍କୁଚିତ ହୁଏ ନାହିଁ , ଏହା ପାର୍ଶ୍ୱକୁ ଅଧିକ ପ୍ରସାରିତ ହୁଏ ଏବଂ ଯେବେ ଚର୍ମ ରିଲାକ୍ସ ହୋଇ ଥାଏ, ସେତେବେଳେ ମଧ୍ୟ ସାମାନ୍ୟ ଚାପ/ ପ୍ରସାରିତ ରହିଥାଏ। ଯେତେବେଳେ ଏହି ପ୍ରସାରିତ ଅତ୍ୟଧିକ ବୃଦ୍ଧି ପାଏ, ଚର୍ମ ସଙ୍କୁଚିତ ହୋଇ କୁଞ୍ଚିତ ହୁଏ।ଚଳିତ ବର୍ଷ (୨୦୨୫) ଜୁଲାଇରେ ଜର୍ନାଲ ଅଫ୍ ଦ ମେକାନିକାଲ ବିହେଭିୟର ଅଫ୍ ବାୟୋମେଡିକାଲ ମାଟେରିଆଲ୍ସରେ ପ୍ରକାଶିତ ଏହି ଅଧ୍ୟୟନ ସାବ୍ୟସ୍ତ କରେ ଯେ, କୁଞ୍ଚନର ମୁଖ୍ୟ କାରଣ ଫିଜିକ୍ସ ( ଭୌତିକ ବିଜ୍ଞାନ) , ଯାହାକି ବୟସ ବଢିବା ଓ ଖରାରେ ହେବାକୁ ଥିବା କ୍ଷତି ଏହାକୁ ଆହୁରି ଦ୍ରୁତ କରି ଦିଏ।ସ୍କିନ ଫିଜିକ୍ସ କେମିତି କୁଞ୍ଚନର କାରଣ ସାଜେ ? ବୈଜ୍ଞାନିକମାନେ ଚର୍ମର ନମୂନା
ନୂଆଦିଲ୍ଲୀ : କୁଞ୍ଚନ (wrinkles) ଶବ୍ଦ ଆସିବା କ୍ଷଣି ଲୋକଙ୍କ ମନ ମସ୍ତିଷ୍କରେ ସର୍ବ ପ୍ରଥମେ ଯେଉଁ ଜିନିଷ ଆସେ, ତାହା ହେଉଛି ବୟସ୍କ ଚେହେରା। ଅନେକ ଲୋକ ଭାବନ୍ତି ଯେ, କୁଞ୍ଚନ କେବଳ ବୟସ ବୃଦ୍ଧି ବା ଖରାରେ ଅଧିକ ସମୟ ବିତାଇବା କାରଣରୁ ହିଁ ହୋଇଥାଏ। କିନ୍ତୁ ବିଙ୍ଗହେମଟନ ୟୁନିଭର୍ସିଟିର ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ,କୁଞ୍ଚନ ଚର୍ମର ଶାରୀରିକ ବ୍ୟବହାର କାରଣରୁ ହୋଇଥାଏ।
ଗବେଷକମାନେ ୧୬ ରୁ ୯୧ ବର୍ଷର ଲୋକଙ୍କ ଠାରୁ ସଂଗ୍ରହ କରାଯାଇ ଥିବା ସ୍କିନ୍ (ଚର୍ମ) ସାମ୍ପଲ୍ସର ପରୀକ୍ଷା କରିଥିଲେ ଏବଂ ଏଥିରୁ ଜାଣିବାକୁ ପାଇଥିଲେ ଯେ, ବୟସ ବଢିବା ସହ ଚର୍ମ ପୂର୍ବ ପରି ସମାନ ଭାବରେ ପ୍ରସାରିତ ଏବଂ ସଙ୍କୁଚିତ ହୁଏ ନାହିଁ , ଏହା ପାର୍ଶ୍ୱକୁ ଅଧିକ ପ୍ରସାରିତ ହୁଏ ଏବଂ ଯେବେ ଚର୍ମ ରିଲାକ୍ସ ହୋଇ ଥାଏ, ସେତେବେଳେ ମଧ୍ୟ ସାମାନ୍ୟ ଚାପ/ ପ୍ରସାରିତ ରହିଥାଏ। ଯେତେବେଳେ ଏହି ପ୍ରସାରିତ ଅତ୍ୟଧିକ ବୃଦ୍ଧି ପାଏ, ଚର୍ମ ସଙ୍କୁଚିତ ହୋଇ କୁଞ୍ଚିତ ହୁଏ।
ଚଳିତ ବର୍ଷ (୨୦୨୫) ଜୁଲାଇରେ ଜର୍ନାଲ ଅଫ୍ ଦ ମେକାନିକାଲ ବିହେଭିୟର ଅଫ୍ ବାୟୋମେଡିକାଲ ମାଟେରିଆଲ୍ସରେ ପ୍ରକାଶିତ ଏହି ଅଧ୍ୟୟନ ସାବ୍ୟସ୍ତ କରେ ଯେ, କୁଞ୍ଚନର ମୁଖ୍ୟ କାରଣ ଫିଜିକ୍ସ ( ଭୌତିକ ବିଜ୍ଞାନ) , ଯାହାକି ବୟସ ବଢିବା ଓ ଖରାରେ ହେବାକୁ ଥିବା କ୍ଷତି ଏହାକୁ ଆହୁରି ଦ୍ରୁତ କରି ଦିଏ।
ସ୍କିନ ଫିଜିକ୍ସ କେମିତି କୁଞ୍ଚନର କାରଣ ସାଜେ ?
ବୈଜ୍ଞାନିକମାନେ ଚର୍ମର ନମୂନା (ସାମ୍ପଲ୍ସ)କୁ ଟେନ୍ସୋମିଟର ନାମକ ଏକ ମେସିନରେ ରଖିଥିଲେ ,ଯାହାକି ଏହି କଥା ଉପରେ ରିସର୍ଚ୍ଚ କରାଯାଇ ପାରିବ ଯେ, ସେ କେମିତି ବିସ୍ତାର (ଟାଣି) ହୁଏ। ସେମାନେ ଦେଖିଲେ ଯେ, ଯେତେବେଳେ ଆପଣଙ୍କ ବୟସ କମ୍ ଥାଏ ତ ଆପଣଙ୍କର ଚର୍ମ ସହଜରେ ବିସ୍ତାରିତ ହୋଇଥାଏ ଏବଂ ସହଜରେ ମୂଳ ଆକାରକୁ ଫେରି ଆସେ। ହେଲେ ଯଦି ଆପଣଙ୍କ ବୟସ ଅଧିକ ହୋଇଥାଏ ତଥାପି, ଯେତେବେଳେ ଆପଣ ବୟସ୍କ ହୁଅନ୍ତି, ଚର୍ମ ଅସମାନ ଭାବରେ ସଙ୍କୁଚିତ ହୁଏ, ଯାହା ଆଭ୍ୟନ୍ତରୀଣ ଚାପ ସୃଷ୍ଟି କରେ ଏବଂ ଶେଷରେ କାଗଜ କୁଞ୍ଚନ ପରି ଚର୍ମ କୁଞ୍ଚନ ହୁଏ। ଏହି କୁଞ୍ଚନ ପ୍ରକ୍ରିୟାକୁ ବକଲିଂ କୁହାଯାଏ। ଏହା ଏଥିପାଇଁ ଘଟିଥାଏ, କାରଣ ବୟସାଧିକ ସହ ଚର୍ମର ନମନୀୟତା ହ୍ରାସ ପାଇଥାଏ ଏବଂ କୋଲାଜେନ ତନ୍ତୁ ଦୁର୍ବଳ ହୋଇ ଢିଲା ହୋଇଯାଏ, ଯାହା ଫଳରେ ଚର୍ମରେ ସ୍ଥାୟୀ କୁଞ୍ଚନ ନଜର ଆସେ।
ସୂର୍ଯ୍ୟଙ୍କ ସଂସ୍ପର୍ଶରେ କୁଞ୍ଚନ ବଢେ –
ସୂର୍ଯ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା କୁଞ୍ଚନ ଦେଖାଯାଇ ପାରେ। ୟୁଭି କିରଣ କୋଲାଜେନ ଏବଂ ଇଲାଷ୍ଟିନକୁ କ୍ଷତି ପହଞ୍ଚାଏ, ଏହା ସେହି ପ୍ରୋଟିନ, ଯାହା ତ୍ୱଚାକୁ ମଜବୁତ ଏବଂ ନମନୀୟ ରଖେ। ଏହାର ଫଳ ଏହା ହୋଇଥାଏ ଯେ, ଖରାରେ ଅଧିକ ସମୟ ବିତାଉ ଥିବା ଯୁବକଯୁବତୀଙ୍କ ଠାରେ ବୟସାଧିକ ପୂର୍ବରୁ କୁଞ୍ଚନ ଦେଖା ଦିଏ। ଏହି କାରଣରୁ ବାହାରେ କାମ କରୁଥିବା, ଯେମିତି କୃଷକଙ୍କ ଚେହେରାରେ ଘରେ କାମ କରୁଥିବା ଲୋଙ୍କ ତୁଳନାରେ ଅଧିକ କୁଞ୍ଚନ ନଜର ଆସିଥାଏ।
କୁଞ୍ଚନ ଚିକିତ୍ସାର ନୂଆ ଉପାୟ –
ଅଧିକାଂଶ ସ୍କିନକେୟାର ପ୍ରଡକ୍ଟ୍ସ କୋଲେଜନ ବୃଦ୍ଧି କରିବା ବା ହାଇଡ୍ରେସ୍ ବଜାୟ ରଖିବାରେ ଧ୍ୟାନ ଦେଇଥାନ୍ତି, କିନ୍ତୁ ଏହି ରିସର୍ଚ୍ଚ କୁହେ ଯେ, ସ୍କିନ୍ର ଷ୍ଟ୍ରେସ୍କୁ କମାଇବାରେ ଅଧିକ ପ୍ରଭାବୀ ହୋଇଥାଏ । ବୈଜ୍ଞାନିକମାନେ ଏବେ ମାଇକ୍ରୋମେଶ ପ୍ୟାଚ୍ର ଟେଷ୍ଟ କରୁଛନ୍ତି , ଯାହା ଚର୍ମର ବିସ୍ତାରକୁ ସମାନ କରି ପାରିବ।
ଏହି ମଧ୍ୟରେ ଗବେଷକମାନେ ଏମିତି ପେପ୍ଟାଇଡ୍ସ (ପ୍ରୋଟିନର ଛୋଟ ଅଂଶ) ଉପରେ କାମ କରୁଛନ୍ତି , ଯାହା ଚର୍ମ କୋଷଗୁଡ଼ିକୁ ସେମାନଙ୍କର ଫାଇବର ବା ତନ୍ତୁ ଗୁଡ଼ିକୁ , ପୁଣି ଥରେ ସିଧା ଲାଇନରେ ଲଗାଇବାରେ ସାହାଯ୍ୟ କରିଥାଏ। ଏଥିରେ ଚର୍ମର ନମନୀୟତା ଓ ମଜବୁତ ଗୁଣ ବଢିପାରେ। ଏହି ନୂଆ ଉପାୟର ଟାର୍ଗେଟ୍ କୁଞ୍ଚନର ଅସଲ କାରଣ ଅର୍ଥାତ୍ ଚର୍ମର ଚାପକୁ ହ୍ରାସ କରାଇବା , ଯାହା ଦ୍ୱାରା କୁଞ୍ଚନକୁ କେବଳ ଲୁଚାଇବା ପରିବର୍ତ୍ତେ ଏହାର ଗଠନ ପ୍ରକ୍ରିୟାକୁ ହ୍ରାସ କରାଯାଇ ପାରିବ।