କୋରାପୁଟରେ ପ୍ରବଳ ବର୍ଷା: ଦୁଇ ଦିନରେ ଭାଙ୍ଗିଲା ୨୯ ଘର
କୋରାପୁଟ,୨୧।୭(ଅମିତାଭ ବେହେରା ): ଲଘୁଚାପ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବହୁ ଗଛ ଓ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ଦୁଇଦିନ ମଧ୍ୟରେ ଜିଲାରେ ୨୯ଟି ଘର ଭାଙ୍ଗି ଥିବା ସୂଚନା ମିଳିଛି। ଶନିବାର ଜିଲାର ୫ଟି ବ୍ଲକର ୧୩ଟି ଘର ଭାଙ୍ଗି ଥିବା ଖବର ମିଳିଥିଲା। ବୈପାରୀଗୁଡ଼ା ବ୍ଲକରେ ୩ଟି ଘର ଭାଙ୍ଗି ଥିବା ବେଳେ କୋଟପାଡ଼ରେ ୫ଟି, ଜୟପୁର ବ୍ଲକର ଗୋଟିଏ, ସେମିଲିଗୁଡାରେ ୨ଟି ଏବଂ […] The post କୋରାପୁଟରେ ପ୍ରବଳ ବର୍ଷା: ଦୁଇ ଦିନରେ ଭାଙ୍ଗିଲା ୨୯ ଘର appeared first on Dharitri Odia News.
କୋରାପୁଟ,୨୧।୭(ଅମିତାଭ ବେହେରା ): ଲଘୁଚାପ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବହୁ ଗଛ ଓ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ଦୁଇଦିନ ମଧ୍ୟରେ ଜିଲାରେ ୨୯ଟି ଘର ଭାଙ୍ଗି ଥିବା ସୂଚନା ମିଳିଛି।
ଶନିବାର ଜିଲାର ୫ଟି ବ୍ଲକର ୧୩ଟି ଘର ଭାଙ୍ଗି ଥିବା ଖବର ମିଳିଥିଲା। ବୈପାରୀଗୁଡ଼ା ବ୍ଲକରେ ୩ଟି ଘର ଭାଙ୍ଗି ଥିବା ବେଳେ କୋଟପାଡ଼ରେ ୫ଟି, ଜୟପୁର ବ୍ଲକର ଗୋଟିଏ, ସେମିଲିଗୁଡାରେ ୨ଟି ଏବଂ ଲମତାପୁଟ ବ୍ଲକର ୨ଟି ଘର ଭାଙ୍ଗି ଥିବା ଜଣାପଡିଥିଲା। ସେହିପରି ରବିବାର ୧୬ଟି ଘର ଭାଙ୍ଗି ଥିବା ଜଣାପଡିଛି। କୋରାପୁଟ ବ୍ଲକର ୩ଟି, କୋଟପାଡ଼ ବ୍ଲକର ୪ଟି, କୁନ୍ଦ୍ରା ବ୍ଲକର ୩ଟି, ଲମତାପୁଟ ବ୍ଲକର ୩ଟି, ଲକ୍ଷ୍ମୀପୁର ବ୍ଲକର ଗୋଟିଏ ଓ ନନ୍ଦପୁର ବ୍ଲକର ୨ଟି ଘର ଭାଙ୍ଗି ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post କୋରାପୁଟରେ ପ୍ରବଳ ବର୍ଷା: ଦୁଇ ଦିନରେ ଭାଙ୍ଗିଲା ୨୯ ଘର appeared first on Dharitri Odia News.