ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲା ଅଧିନ ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲା ରେ ଅଭିଯୁକ୍ତ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗଞ୍ଜାମ ପୋଲିସ ଜ଼ିଲାକୁ ଏନେଇ ସଫଳତା ମିଳିଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କୋର୍ଟ ପକ୍ଷରୁ ଉକ୍ତ ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 10 ହଜାର ଟଙ୍କାର ଜରିମାନା ପକାଇଛନ୍ତି। ସୂଚନାଯୋଗ୍ୟ ଏହି ହତ୍ୟା ଘଟଣା ନେଇ ଭଞ୍ଜନଗର ଥାନା ପୋଲିସ […] The post ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲା ଅଧିନ ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲା ରେ ଅଭିଯୁକ୍ତ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗଞ୍ଜାମ ପୋଲିସ ଜ଼ିଲାକୁ ଏନେଇ ସଫଳତା ମିଳିଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କୋର୍ଟ ପକ୍ଷରୁ ଉକ୍ତ ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 10 ହଜାର ଟଙ୍କାର ଜରିମାନା ପକାଇଛନ୍ତି।
ସୂଚନାଯୋଗ୍ୟ ଏହି ହତ୍ୟା ଘଟଣା ନେଇ ଭଞ୍ଜନଗର ଥାନା ପୋଲିସ 2023 ମେ ମାସ 28 ତାରିଖରେ ଏକ ମାମଲା (ନମ୍ବର 436) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉକ୍ତ ମାମଲାର ତଦନ୍ତକାରୀ ଅଫିସର ତଥା ତତ୍କାଳୀନ ଭଞ୍ଜନଗର ଥାନାର ଇନ୍ସପେକ୍ଟର ଧୀରେଶ କୁମାର ଦାଶଙ୍କ ଠିକ ତଦନ୍ତ ଯୋଗୁଁ ଏହି ସଫଳତା ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି।
The post ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.