ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ, ଜିଲାପି ଖାଇଲେ ରାହୁଲ ଗାନ୍ଧୀ, ହେଲେ ଟେଷ୍ଟ ନେଇଗଲେ ମୋଦି। ହରିୟାଣାରେ ଭାଜପାର ଜବରଦସ୍ତ ବିଜୟ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ ଜିଲାପି। ତେବେ ହରିୟାଣା କ୍ଷମତା ରାଜନୀତିରେ କ’ଣ ଏଇ ଜିଲାପିର କାହାଣୀ? ଆସନ୍ତୁ ଜାଣିବା… ଗତକାଲି ହରିୟାଣା ଭୋଟ ଗଣତି ଆରମ୍ଭରୁ ଜିଲାପି […] The post ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି appeared first on Dharitri Odia News.

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ, ଜିଲାପି ଖାଇଲେ ରାହୁଲ ଗାନ୍ଧୀ, ହେଲେ ଟେଷ୍ଟ ନେଇଗଲେ ମୋଦି। ହରିୟାଣାରେ ଭାଜପାର ଜବରଦସ୍ତ ବିଜୟ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ ଜିଲାପି। ତେବେ ହରିୟାଣା କ୍ଷମତା ରାଜନୀତିରେ କ’ଣ ଏଇ ଜିଲାପିର କାହାଣୀ? ଆସନ୍ତୁ ଜାଣିବା…

ଗତକାଲି ହରିୟାଣା ଭୋଟ ଗଣତି ଆରମ୍ଭରୁ ଜିଲାପି ଟ୍ରେଣ୍ଡ କରୁ ନଥିଲା। କିନ୍ତୁ ଭାଜପା ଆଗୁଆ ହେବା ମାତ୍ରେ ଜିଲାପି ଟ୍ରେଣ୍ଡ କରିଥିଲା । ହଠାତ୍‌ ଭାଜପା ନେତାମାନେ ଜିଲାପି ଖାଇବା ସହ କଂଗ୍ରେସ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ଜିଲାପି ପାର୍ସଲ କରାଯାଇଥିଲା। ଜିଲାପି ପଠାଇବାର କାରଣ ହେଉଛି ଭାଜପାର ହରିୟାଣା ହ୍ୟାଟ୍ରିକ। କଂଗ୍ରେସକୁ ଜାଟ ଭୂମିରେ ଝଟକା ଲାଗିବା ପରେ ସୋସିଆଲ ମିଡିଆରେ ରାହୁଲଙ୍କୁ ଭାଜପା ସମର୍ଥକ ଛିଗୁଲେଇବାରେ ଲାଗିଛନ୍ତି। ସେମାନେ କହିବାରେ ଲାଗିଛନ୍ତି, ଜିଲାପି ତେରା, ହରିୟାଣା ମେରା। ଆଉ କେହି କେହି ଫଟୋର କ୍ୟାପସନ ରଖୁଛନ୍ତି, ଜିଲାପି ରେଡି ହେ।

ଏକଜିଟ ପୋଲ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜିଲାପି ବଣ୍ଟା ଚାଲିଥିଲା। ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ଭାଜପା ଶିବିରରେ ଜମିଥିଲା ଜିଲାପିର ଆସର। ବିଜୟ ଉତ୍ସବ ପାଇଁ ନିଜେ ଜିଲାପି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଆପଣ ଭାବୁଥିବେ ହରିୟାଣା ନିର୍ବାଚନ ଫଳାଫଳ ସହ ଜିଲାପିର ସଂପର୍କ କଣ? କଥା ହେଉଛି, ହରିୟାଣା ଗୋହାନାରେ ଖୁବ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜିଲାପି। ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜିଲାପିର ଓଜନ ଗୋଟାକୁ ପ୍ରାୟ ଅଢେଇ ଶହ ଗ୍ରାମ।
ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ ଜିଲାପି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି। କହିଥିଲେ, ଏଭଳି ଜିଲାପି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।

ଏହାକୁ କାଉଣ୍ଟର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଇଣ୍ଡିଆ ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି। ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ କି ଜିଲାପି? ଆଉ ଏବେ ହରିୟାଣାରେ ଭାଜପାର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜିଲାପି ଫର୍ମୁଲା।

The post ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି appeared first on Dharitri Odia News.