୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୦ା୮: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ […] The post ୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ appeared first on Dharitri Odia News.

୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୦ା୮: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।

ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଭାଇରାଲ ଅଡିଓରେ ଅଭିଯୁକ୍ତ ଅଧିକାରୀ ଜଣେ ଚାଷୀଙ୍କୁ ୫ କେଜି “ଆଳୁ” ମାଗୁଥିବା ଶୁଣିବାକୁ ମିଳୁଛି, ଅନ୍ୟପଟେ ଚାଷୀ ଜଣକ ତାଙ୍କର ଅକ୍ଷମତା ପ୍ରକାଶ କରି ୨ କେଜି ଦେବାକୁ କହୁଛନ୍ତି। ଏହା ପରେ ଅଧିକାରୀ ଜଣକ ରାଗି ଯାଇ ତାଙ୍କ ଦାବି ମୁତାବକ ୫ କେଜି ପାଇଁ ଅଡ଼ି ବସୁଛନ୍ତି, ଏହା ପରେ ଅନ୍ତିମ ଚୁକ୍ତି ୩ କେଜିରେ ହେଉଛି। ତେବେ ଆଳୁ ଶବ୍ଦକୁ ପୋଲିସ ଅଧିକାରୀ ଲାଞ୍ଚର କୋଡ୍ ଭାବେ ବ୍ୟବହାର କରିଥିବା ଜଣାପଡିଛି।

କନୌଜ ପୋଲିସ ଏକ୍ସ’ରେ ମାମଲା ସମ୍ପର୍କରେ ଏକ ପ୍ରତିକ୍ରିୟା ରଖିଛି, ଯେଉଁଥିରେ କୁହାଯାଇଛି ଯେ, ଦୋଷୀ ସାବ୍ୟସ୍ତ ହେବା ପରେ ଏସଆଇ ରାମକ୍ରିପାଲଙ୍କୁ ୦୭.୦୮.୨୦୨୪ ରେ ତୁରନ୍ତ ନିଲମ୍ବିତ କରାଯାଇଛି। ଏହା ସହିତ ତୁରନ୍ତ ପ୍ରଭାବରେ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। “

The post ୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ appeared first on Dharitri Odia News.