କ’ଣ ସତରେ ରାହୁଲଙ୍କ ମାଇକ୍କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା…
ନୂଆଦିଲ୍ଲୀ,୨୮।୬: ଲଗାତାର ଦ୍ୱିତୀୟ ଥର ଲୋକ ସଭା ବାଚସ୍ପତି ହେବା ପରେ କୋଟା ଏମପି ଓମ ବିର୍ଲା ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ସଂସଦରେ ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ତାଙ୍କ ମାଇକ୍ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ବିର୍ଲା, ତାଙ୍କ ପାଖରେ ମାଇକ୍ ଅଫ୍ କରିବାକୁ କୌଣସି ସୁଇଚ୍ ନ ଥିବା ଖୋଲାଖୋଲି କହିଥିଲେ। ତେବେ ସତରେ କ’ଣ ବିରୋଧୀ ଦଳ ନେତା […] The post କ’ଣ ସତରେ ରାହୁଲଙ୍କ ମାଇକ୍କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା… appeared first on Dharitri Odia News.
ନୂଆଦିଲ୍ଲୀ,୨୮।୬: ଲଗାତାର ଦ୍ୱିତୀୟ ଥର ଲୋକ ସଭା ବାଚସ୍ପତି ହେବା ପରେ କୋଟା ଏମପି ଓମ ବିର୍ଲା ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ସଂସଦରେ ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ତାଙ୍କ ମାଇକ୍ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ବିର୍ଲା, ତାଙ୍କ ପାଖରେ ମାଇକ୍ ଅଫ୍ କରିବାକୁ କୌଣସି ସୁଇଚ୍ ନ ଥିବା ଖୋଲାଖୋଲି କହିଥିଲେ। ତେବେ ସତରେ କ’ଣ ବିରୋଧୀ ଦଳ ନେତା ରାହୁଲଙ୍କ ମାଇକ୍ ବନ୍ଦ କରାଯାଇଥିଲା?
ଏହାକୁ ନେଇ କଂଗ୍ରେସ ଏମପି ଇମ୍ରାନ ମାସୁଦ କହିଛନ୍ତି, ବିରୋଧୀ ଦଳ ନେତା ରାହୁଲଙ୍କ ମାଇକ୍ ବନ୍ଦ କରାଯାଉଛି। ଏହାଠାରୁ ବଡ଼ ଅଗଣତାନ୍ତ୍ରିକ କ’ଣ ହୋଇପାରେ। ସାହାରନପୁର ଲୋକ ସଭା ଆସନରୁ କଂଗ୍ରେସ ଏମପି ଥିବା ଇମ୍ରାନ କହିଛନ୍ତି, ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହରେ କିଛି ପ୍ରସଙ୍ଗ ଉଠାଇଥା’ନ୍ତି ସେତେବେଳେ ଗୃହ ନୀରବ ରହିବା ଉଚିତ। କିନ୍ତୁ ତାଙ୍କ ମାଇକକୁ ବନ୍ଦ କରାଯାଉଛି। ତାଙ୍କୁ କହିବାକୁ କିଛି ଦିଆଯାଉ ନାହିଁ। ଭାଜପା ଚାହୁଁଛି ଯେ, ବିରୋଧୀମାନେ ସ୍ଥଗିତାଦେଶ ଉପରେ କିଛି ଆଲୋଚନା କରନ୍ତୁ ନାହିଁ। ଏହାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ ବୋଲି ସେ କହିଛନ୍ତି।
ଇମ୍ରାନ ମାସୁଦ ଆହୁରି କହିଛନ୍ତି, କୌଣସି ଗମ୍ଭୀର ପ୍ରସଙ୍ଗ ରହିଲେ କାର୍ଯ୍ୟ ସ୍ଥଗିତ ରଖାଯିବ। ଗୃହରେ ସମସ୍ତ ପ୍ରସଙ୍ଗଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଆପଣ ଏହାକୁ ବଦଳିବାକୁୁ ଚାହୁଁଛନ୍ତି କାରଣ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସାଧାରଣରେ ଆଲୋଚନା ହେଉଛି।
The post କ’ଣ ସତରେ ରାହୁଲଙ୍କ ମାଇକ୍କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା… appeared first on Dharitri Odia News.