୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ ସିରିଜର ଏହା ଏକ ସ୍ବତନ୍ତ୍ର ଟେଷ୍ଟ ମ୍ୟାଚ। ୧୯ ବର୍ଷୀୟ ଖେଳାଳି ସାମ କନଷ୍ଟାସ ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି। ଏହା ହେଉଛି କନଷ୍ଟାସଙ୍କ ଡେବ୍ୟୁ ମ୍ୟାଚ। ନିଜ ଡେବ୍ୟୁ ମ୍ୟାଚରେ କନଷ୍ଟାସ୍‌ ଜସପ୍ରୀତ ବୁମରାଙ୍କ ବଲ୍‌ରେ […] The post ୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ appeared first on Dharitri Odia News.

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ ସିରିଜର ଏହା ଏକ ସ୍ବତନ୍ତ୍ର ଟେଷ୍ଟ ମ୍ୟାଚ। ୧୯ ବର୍ଷୀୟ ଖେଳାଳି ସାମ କନଷ୍ଟାସ ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି। ଏହା ହେଉଛି କନଷ୍ଟାସଙ୍କ ଡେବ୍ୟୁ ମ୍ୟାଚ। ନିଜ ଡେବ୍ୟୁ ମ୍ୟାଚରେ କନଷ୍ଟାସ୍‌ ଜସପ୍ରୀତ ବୁମରାଙ୍କ ବଲ୍‌ରେ ଚୌକା-ଛକା ବର୍ଷା କରିଥିଲେ।
ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆର ଯୁବ ଓପନର୍‌ ସାମ କନଷ୍ଟାସ୍‌ ଜସପ୍ରୀତ ବୁମ୍‌ରାଙ୍କ ବିରୋଧରେ ସାହସର ସହ ପ୍ରଦର୍ଶନ କରି ତିନି ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯ ବର୍ଷୀୟ କନଷ୍ଟାସ୍‌ ଭାରତୀୟ ଫାଷ୍ଟ ବୋଲର ବୁମରାଙ୍କ ବିପକ୍ଷରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ବିଶେଷ କଥା ହେଉଛି ବୁମ୍‌ରା ୧,୧୧୨ ଦିନ ଏବଂ ୪,୪୮୩ ବଲ ପରେ ଟେଷ୍ଟ କ୍ରିକେଟରେ କୌଣସି ଛକା ଖାଇଥିଲେ। ଏହାପୂର୍ବରୁ ୨୦୨୧ରେ ସିଡନୀରେ କ୍ୟାମେରନ ଗ୍ରୀନ ତାଙ୍କ ବିପକ୍ଷରେ ୬ଟି ଛକା ମାରିଥିଲେ। ସାମ କନଷ୍ଟାସ ତାଙ୍କର ପ୍ରଥମ ଇନିଂସର ୨୩ତମ ବଲରେ ଏହି ଚମତ୍କାର ସଟ ମାରିଥିଲେ, ଯାହା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

The post ୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ appeared first on Dharitri Odia News.