ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା। ପାଇକଙ୍କ ବୀରତ୍ୱ ଆଗରେ ମଥା ନୁଆଁଇଥିଲା ବିଟ୍ରିଶ ସରକାର। ଦେଶ ପ୍ରତି ଜାତୀୟତା, ରାଷ୍ଟ୍ରୀୟତା ଏବଂ ଦେଶପ୍ରେମର ପରିଚୟ ବହନ କରେ ପାଇକ ବିଦ୍ରୋହ। ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ଲାଗି ଖୋର୍ଦ୍ଧା ମାଟିର ସ୍ବତନ୍ତ୍ରତା ରହିଛି। ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ କରି ବଳିଦାନ ଦେଇଥିବା ପାଇକଙ୍କ […] The post ଅନ୍ଧାରରେ ପଞ୍ଚପାଇକ ପୀଠ appeared first on Dharitri Odia News.

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା। ପାଇକଙ୍କ ବୀରତ୍ୱ ଆଗରେ ମଥା ନୁଆଁଇଥିଲା ବିଟ୍ରିଶ ସରକାର। ଦେଶ ପ୍ରତି ଜାତୀୟତା, ରାଷ୍ଟ୍ରୀୟତା ଏବଂ ଦେଶପ୍ରେମର ପରିଚୟ ବହନ କରେ ପାଇକ ବିଦ୍ରୋହ। ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ଲାଗି ଖୋର୍ଦ୍ଧା ମାଟିର ସ୍ବତନ୍ତ୍ରତା ରହିଛି। ବ୍ରିଟିଶ ବିରୋଧରେ ସଶସ୍ତ୍ର ସଂଗ୍ରାମ କରି ବଳିଦାନ ଦେଇଥିବା ପାଇକଙ୍କ ଅବଦାନ ଅବିସ୍ମରଣୀୟ। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକି ବାହୁ ବଳେନ୍ଦ୍ର ଓ କୃତିବାସ ପାଟ୍ଟଶାଣୀଙ୍କ ସମେତ ବହୁ ପାଇକ ମାଟିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ତେବେ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ଏ ମାଟିର ଗୌରବ ପଞ୍ଚ ପାଇକଙ୍କ ପୀଠ ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ଛକରୁ ଅନତି ଦୂରରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିିକୁ ସ୍ଥାନାନ୍ତର କରାଯାଇଛି। ଚାରିପଟେ ପାଚେରି ନିର୍ମାଣ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପରେ ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଛପଟ ମାଟି ଧସି ପାଚେରି ଭୁଶୁଡ଼ିଲାଣି। ଏଠାରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ପଞ୍ଚ ପାଇକ ଅନ୍ଧାରରେ ରହୁଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ରହିଥିବା ସମସ୍ୟାର ସମାଧାନ ପାଇଁ ଦାବି ହେଉଛି।

ପ୍ରକାଶ ଯେ, ପାଇକ ବୀରଙ୍କ ସ୍ମୃତିକୁ ଉଜ୍ଜିବୀତ ଉଦ୍ଦେଶ୍ୟରେ ୧୯୯୯ ଡିସେମ୍ବର ୬ରେ ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ପାର୍ଶ୍ୱରେ ସଂସ୍କାର ଭାରତୀ ଖୋର୍ଦ୍ଧା ଶାଖା ଆନୁକୂଲ୍ୟରେ ପଞ୍ଚ ପାଇକଙ୍କ ପ୍ରତମୂର୍ତ୍ତି ସ୍ଥାପନ ହୋଇଥିଲା। ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ଦୀର୍ଘ ବର୍ଷ ଧରି ରାଜପଥ କଡରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିଙ୍କୁ ବହୁ ବାଦ ବିବାଦ ପରେ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ହୋଇଥିବା ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଗଲା ନାହିଁ। ଏପରିକି ଦୀର୍ଘଦିନ ପରେ ନାମଫଳକ ଲଗାଗଲା। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପାଇକ ସଙ୍ଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ମାନେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି। ପ୍ରଥମେ ସୌନ୍ଦର୍ଯ୍ୟକରଣ ନ କରାଯାଇ କାହିଁକି ସ୍ଥାନାନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପକରେ ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ପାଇକମାନଙ୍କ ବୀରତ୍ୱ, ଏ ଜାତିର ସ୍ବାଭିମାନର ପରିଚୟ। ଯେଉଁଭଳି ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି ତାହାକୁ ଦେଖିଲେ ନୟନ ଅଶ୍ରୁରେ ଭରିଯାଉଛି। ସେହିପରି ବୁଦ୍ଧିଜୀବୀ ଜ୍ଞାନରଞ୍ଜନ ଦାଶ କହିଛନ୍ତି, ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ଖୋଲାଆକାଶ ତଳେ ପଡି ରହିଛି। ଯାହାଙ୍କ ଲାଗି ଏ ପରିଚୟ, ବର୍ତ୍ତମାନ ସେହିମାନଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡିରହିଛି।

ସାମାଜିକ କର୍ମୀ ରାକେଶ ସାହୁ କହିଛନ୍ତି, ଏ ଦେଶ ପାଇଁ ପାଇକଙ୍କ ଅବଦାନ ଅତୁଳନୀୟ। ପୂଜ୍ୟପୂଜାକୁ ସମ୍ମାନ ଦେବା ନୈତିକ ଦାୟିତ୍ୱ। ଯେଉଁ ଜାତିର ଅସ୍ତିତ୍ୱ ବିଲୁପ୍ତ ହୋଇଯାଏ, ସେହି ଜାତି ଧୀରେ ଧୀରେ ଶୀଥିଳ, ଘନ ଅନ୍ଧକାର ମଧ୍ୟରେ ହଜିଯାଏ। ତେଣୁ ଏଥିଲାଗି ସମସ୍ତଙ୍କ ଦାୟିତ୍ୱ ରହିଛି। ତେବେ ଏ ସମ୍ପର୍କରେ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ରାଜପଥ ସମ୍ପ୍ରସାରଣ ଲାଗି ପୂର୍ବରୁ ପ୍ରତିମର୍ତ୍ତି ସ୍ତାନାନ୍ତର ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇଥିବା ସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି।

The post ଅନ୍ଧାରରେ ପଞ୍ଚପାଇକ ପୀଠ appeared first on Dharitri Odia News.