ମହିଳା ତଟରକ୍ଷୀ ଅଫିସରଙ୍କୁ ସ୍ଥାୟୀ କମିସନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହିଳା ତଟରକ୍ଷୀ ଅଫିସରଙ୍କୁ ସ୍ଥାୟୀ କମିସନ ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ମହିଳାମାନଙ୍କୁ ଏଭଳି ଭାବେ ଅବହେଳା କରିହେବନି। ତୁମେ ଯଦି ପାରୁନ ତେବେ ଆମେ ଏହି କାମ କରିବୁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ କାଉନସେଲ ଏଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ କହିଛନ୍ତି, ଏଦିଗରେ ଧ୍ୟାନ ଦିଅ। କେନ୍ଦ୍ର ସରକାରଙ୍କ କାଉନସେଲ କହିଛନ୍ତି, ସେ ଏହି ମାମଲାରେ […]

ମହିଳା ତଟରକ୍ଷୀ ଅଫିସରଙ୍କୁ ସ୍ଥାୟୀ କମିସନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହିଳା ତଟରକ୍ଷୀ ଅଫିସରଙ୍କୁ ସ୍ଥାୟୀ କମିସନ ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ମହିଳାମାନଙ୍କୁ ଏଭଳି ଭାବେ ଅବହେଳା କରିହେବନି। ତୁମେ ଯଦି ପାରୁନ ତେବେ ଆମେ ଏହି କାମ କରିବୁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ କାଉନସେଲ ଏଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ କହିଛନ୍ତି, ଏଦିଗରେ ଧ୍ୟାନ ଦିଅ। କେନ୍ଦ୍ର ସରକାରଙ୍କ କାଉନସେଲ କହିଛନ୍ତି, ସେ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାପାଇଁ ତଟରକ୍ଷୀ ବାହିନୀକୁ କହିବେ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧ ତାରିଖରେ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତଟ ରକ୍ଷି ବାହିନୀର ଜଣେ ମହିଳା ଅଫିସର ଏହି ମାମଲାରେ ପିଟିସନ୍ ଦାଏର କରିଥିଲେ। ମହିଳା ଅଫିସରଙ୍କୁ ସ୍ଥାୟୀ କମିସନ ଦାବିରେ ଏହି ଆବେଦନ ହୋଇଥିଲା। ତେବେ ନୌସେନା ଏବଂ ସେନାଠାରୁ ତଟରକ୍ଷୀ ବାହିନୀ ଅଲଗା ବୋଲି ଏଟର୍ଣ୍ଣି ଜେନେରାଲ କହିଛନ୍ତି। ଗତ ଫେବ୍ରୁଆରି ୧୯ ତାରିଖରେ ହୋଇଥିବା ଶୁଣାଣି ସମୟରେ ବି କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ପ୍ରଧାନ ବିଚାରପତି ସେ ସମୟରେ କହିଥିଲେ ଯେ ତଟରକ୍ଷୀ ବାହିନୀ ପ୍ରତି ଏତେ ଭେଦଭାବ କାହିଁକି। ପ୍ରଧାନ ବିଚାରବତି କହିଥିଲେ କାହିଁକି ତମେମାନେ ମହିଳାଙ୍କୁ ତଟରକ୍ଷୀ ବାହିନୀରେ ରଖିବାକୁ ଚାହୁନ। ଯଦି ମହିଳାମାନେ ସୀମାକୁ ସୁରକ୍ଷା ଦେଇପାରିବେ ତେବେ ସେମାନେ ସମୁଦ୍ରକୁ ସୁରକ୍ଷା ଦେଇପାରିବେ। ପ୍ରଧାନ ବିଚାରପତି କହିଛନ୍ତି, ଯଦି ତୁମେ ନାରୀ ଶକ୍ତି ବିଷୟରେ କହୁଛ ତେବେ ଏଠି ବି ତାହା ଦେଖାଅ। ତଟରକ୍ଷୀ ବାହିନୀରେ ମହିଳାଙ୍କ ପ୍ରତି ପକ୍ଷପାତ ମନୋଭାବକୁ କୋର୍ଟ ପ୍ରଶ୍ନ କରିଛନ୍ତି।