ହଷ୍ଟେଲରୁ ୭ମ ଶ୍ରେଣୀ ଛାତ୍ରଙ୍କର ମୃତଦେହ ଉଦ୍ଧାର

ରାଉରକେଲା : ହଷ୍ଟେଲରୁ ଉଦ୍ଧାର ହେଲା ୭ମ ଶ୍ରେଣୀ ଛାତ୍ରଙ୍କର ମୃତଦେହ I ରାଉରକେଲା ବିପିୟୁଟି ନିକଟରେ ଥିବା ଅନ୍ଵେଷା ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହଷ୍ଟେଲରେ ରହି ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଟୁକୁଡା ଗାଁର କିଷ୍ଣା କୁଜୁର । ବୟସ ୧୨ ବର୍ଷ I ସୋମବାର ହଷ୍ଟେଲର ସମସ୍ତ ଛାତ୍ର ସ୍କୁଲ ଯାଇଥିବା […]

ହଷ୍ଟେଲରୁ ୭ମ ଶ୍ରେଣୀ ଛାତ୍ରଙ୍କର ମୃତଦେହ ଉଦ୍ଧାର

ରାଉରକେଲା : ହଷ୍ଟେଲରୁ ଉଦ୍ଧାର ହେଲା ୭ମ ଶ୍ରେଣୀ ଛାତ୍ରଙ୍କର ମୃତଦେହ I ରାଉରକେଲା ବିପିୟୁଟି ନିକଟରେ ଥିବା ଅନ୍ଵେଷା ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହଷ୍ଟେଲରେ ରହି ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଟୁକୁଡା ଗାଁର କିଷ୍ଣା କୁଜୁର । ବୟସ ୧୨ ବର୍ଷ I
ସୋମବାର ହଷ୍ଟେଲର ସମସ୍ତ ଛାତ୍ର ସ୍କୁଲ ଯାଇଥିବା ବେଳେ କ୍ରିଷ୍ଣା ନିଜ ରୁମ୍ରେ ଥିଲେ । କିନ୍ତୁ କିଛି ପରେ ହଠାତ୍ ରୁମରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିଷ୍ଣାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଗତ ଡିସେମ୍ବର ୭ ତାରିଖରେ କ୍ରିଷ୍ଣାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି ।