ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ ମାଡ଼ିବସିଲେ….
ହେଉଥିବା ବେଳେ ମାଡ଼ି ବସିଲେ ପୋଲିସ ଓ ବନ କର୍ମ ଚାରି: ୨ଗିରଫ॥ ପାଟଣା,୩୦।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡ଼ା ସେକ୍ସନ ଓସ୍ତଯୋଡ଼ି ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ କଲାରା ପତରିଆ ବାଘଛାଲ ବିକ୍ରିପାଇଁ ଡିଲ ଚାଲିଥିବା ବେଳେ ମାଡ଼ିବସିଲେ ବନକର୍ମଚାରୀ ପୋଲିସ। କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ କର୍ମଚାରୀ ଓ ପୋଲିସ ଚାଢାଉ କରି ୨ଜଣକୁ କାବୁ କରିବା ସହ ବାଘ ଛାଲ, ଏକ ବାଇକ, ୨ ମୋବାଇଲ ଫୋନ […] The post ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ ମାଡ଼ିବସିଲେ…. appeared first on Dharitri Odia News.
ହେଉଥିବା ବେଳେ ମାଡ଼ି ବସିଲେ ପୋଲିସ ଓ ବନ କର୍ମ ଚାରି: ୨ଗିରଫ॥ ପାଟଣା,୩୦।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡ଼ା ସେକ୍ସନ ଓସ୍ତଯୋଡ଼ି ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ କଲାରା ପତରିଆ ବାଘଛାଲ ବିକ୍ରିପାଇଁ ଡିଲ ଚାଲିଥିବା ବେଳେ ମାଡ଼ିବସିଲେ ବନକର୍ମଚାରୀ ପୋଲିସ।
କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ କର୍ମଚାରୀ ଓ ପୋଲିସ ଚାଢାଉ କରି ୨ଜଣକୁ କାବୁ କରିବା ସହ ବାଘ ଛାଲ, ଏକ ବାଇକ, ୨ ମୋବାଇଲ ଫୋନ ଜବତ କରିଛନ୍ତି। ଗିରଫ ୨ ବ୍ୟକ୍ତି ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁର ମୁଣ୍ଡା ଥାନା ବସନ୍ତପୁର ଗ୍ରାମର ରାମ ବାନ୍ଦିଆ ଓ ମୟୂରଭଞ୍ଜ ଜିଲା ଠାକୁର ମୁଣ୍ଡା ଥାନା ଖଡ଼ିପାଳ ଗ୍ରାମର ସାଗର କୁଳପାଡ଼ିଆ। ବାଘ ଛାଲର ବିକ୍ରେତା ରାମ ବାନ୍ଦିଆ ଥିବା ବେଳେ କ୍ରେତା ସାଗର କୂଳପଡିଆ ଥିଲେ। ଡିଲ ଚାଲିଥିବା ବେଳେ ପାଟଣା ଥାନା ଇନ୍ସପେକ୍ଟର ଉଦୟବୀର କୁଲୁ ଓ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାର ଓ ସାହାର ପଡ଼ା ବନପାଳ ଭୂପତି ସେଠୀ ଚଢାଉ କରିଥିଲେ। ଏ ନେଇ ପାଟଣା ରେଞ୍ଜରେ ଓଆର କେସ ନ. ୮୪(ପି)/୨୪ ର ଏକ ମାମଲା ରୁଜୁ ହୋଇଥିବା ଏକ ଖବର ଦାତା ସମ୍ମିଳନୀରେ ଘଟଗାଁ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଏହି ଖବର ଦାତା ସମ୍ମିଳନୀରେ ଏସିଏଫ (ସହକାରୀ ବନ ସଂରକ୍ଷକ)ଅଶୋକ କୁମାର ଦାଶ, ଜିତେନ୍ଦ୍ର କୁମାର ବେହେରା, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ ଓ ରେଞ୍ଜର ବନ ବିହାରୀ ସର୍ଦ୍ଦାର ପ୍ରମୁଖ ସାମିଲ ହୋଇଥିଲେ। ଏହି ଚଢାଉ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଧମଧେର ଓ ଏସପି କୁଶଲ କର ନୀତିନ୍ ଦାଗୁଡୁଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିଲା। ଗଠିତ ପାଟଣା ରେଞ୍ଜ କର୍ମଚାରୀ ଓ ପୋଲିସର ମିଳିତ ଚାଢାଉ କରିଥିଲେ।
The post ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ ମାଡ଼ିବସିଲେ…. appeared first on Dharitri Odia News.