ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ, ଚଳିତ ବର୍ଷ ୧୦ ହଜାର କପି ଛପାଯିବ
ଭୁବନେଶ୍ୱର, ୨ା୨: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […] The post ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ, ଚଳିତ ବର୍ଷ ୧୦ ହଜାର କପି ଛପାଯିବ appeared first on Dharitri Odia News.
ଭୁବନେଶ୍ୱର, ୨ା୨: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି।
The post ଓଡ଼ିଆ ଭାଷାର ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ, ଚଳିତ ବର୍ଷ ୧୦ ହଜାର କପି ଛପାଯିବ appeared first on Dharitri Odia News.