ବର୍ଷ ବର୍ଷ ଧରି ଗାଦି ମାଡ଼ିବସିଛନ୍ତି ହାତ ଗଣତି କିଛି ବାବୁ
ନିୟମ ଭାଙ୍ଗି ଥିଲେ ପୂର୍ବ ସରକାର। ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିଲେ କିଛି ନିର୍ଦ୍ଦିଷ୍ଟ ବାବୁ।
କିଏ ୭ ବର୍ଷ ତ କିଏ ୧୦ ବର୍ଷ ଧରି ଜାବୁଡ଼ି ବସିଛନ୍ତି ଗୋଟିଏ ଗୋଟିଏ ବିଭାଗ। ଏଇ ଯେମିତି ଆଇଏଏସ୍ ଜି ମାଥିଭାଥନନ୍। ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ। ବଡ଼ କଥା ହେଲା, କୁହାଯାଉଛି କେବଳ ନିଜେ ମାଥିଭାଥନ ନୁହନ୍ତି ତାଙ୍କ ପୂରା ଟିମ୍ ବି ଗୋଟିଏଗୋଟିଏ ପଦବୀରେ ଦୀର୍ଘ ବର୍ଷ ହେଲା ରହିଛନ୍ତି।