ଥାନା ଆଗରେ ନିଜକୁ ଜାଳିଦେଲେ ମହିଳା
ମାହାଙ୍ଗା/କଟକ,୧୭ା୮(ଯଯାତି ସିଂହ/ଶିଳ୍ପା ପ୍ରିୟଦର୍ଶିନୀ): ଏକ ଚୋରି ମାମଲାରେ କଟକ ଜିଲା ମାହାଙ୍ଗା ପୋଲିସ ଅଟକ ରଖିଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ତାଙ୍କ ସ୍ତ୍ରୀ। ସେ ଅନେକ କାକୁତିମିନତି ହୋଇଥିଲେ, କିନ୍ତୁ ପୋଲିସ ତାଙ୍କୁ ପ୍ରବଳ ଗାଳି ଦେଇଥିଲା। ଏଥିରେ ମ୍ରିୟମାଣ ହୋଇ ମହିଳା ଜଣକ ଶୁକ୍ରବାର ଅପରାହ୍ନରେ ମାହାଙ୍ଗା ଥାନା ସମ୍ମୁଖରେ ନିଜକୁ ଜାଳିଦେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ହେଲେ […] The post ଥାନା ଆଗରେ ନିଜକୁ ଜାଳିଦେଲେ ମହିଳା appeared first on Dharitri Odia News.
ମାହାଙ୍ଗା/କଟକ,୧୭ା୮(ଯଯାତି ସିଂହ/ଶିଳ୍ପା ପ୍ରିୟଦର୍ଶିନୀ): ଏକ ଚୋରି ମାମଲାରେ କଟକ ଜିଲା ମାହାଙ୍ଗା ପୋଲିସ ଅଟକ ରଖିଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ତାଙ୍କ ସ୍ତ୍ରୀ। ସେ ଅନେକ କାକୁତିମିନତି ହୋଇଥିଲେ, କିନ୍ତୁ ପୋଲିସ ତାଙ୍କୁ ପ୍ରବଳ ଗାଳି ଦେଇଥିଲା। ଏଥିରେ ମ୍ରିୟମାଣ ହୋଇ ମହିଳା ଜଣକ ଶୁକ୍ରବାର ଅପରାହ୍ନରେ ମାହାଙ୍ଗା ଥାନା ସମ୍ମୁଖରେ ନିଜକୁ ଜାଳିଦେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ହେଲେ ନୃତାଙ୍ଗ ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କ ସ୍ତ୍ରୀ ରଶ୍ମିତା। ତାଙ୍କ ଶରୀରର ୫୦ଭାଗରୁ ଅଧିକ ଜଳିଯାଇଛି। ଏହି ଘଟଣା ପରେ ପୋଲିସର ଦାୟିତ୍ୱବୋଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୨।୭।୨୪ରେ ମାହାଙ୍ଗା ଥାନା ଅନ୍ତର୍ଗତ ନୃତାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଗୁରୁବାର ରାତିରେ ଶଙ୍କରଙ୍କୁ ଉଠାଇ ନେଇଥିଲା। ଶୁକ୍ରବାର ସକାଳେ ଶଙ୍କରଙ୍କ ସ୍ତ୍ରୀ ରଶ୍ମିତା ଥାନାକୁ ଯାଇ ତାଙ୍କ ସ୍ବାମୀ ନିର୍ଦ୍ଦୋଷ ଏବଂ ତାଙ୍କୁ ଛାଡି ଦେବା ପାଇଁ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଓ ଦାୟିତ୍ୱରେ ଥିବା ତଦନ୍ତକାରୀ ମହିଳା ପୋଲିସ ଅଧିକାରୀଙ୍କୁ ଆକୁଳ ନିବେଦନ କରିଥିଲେ। ମାତ୍ର ଉଭୟ ପୋଲିସ ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସେ ଥାନାରୁ ଚାଲିଯାଇଥିଲେ। ପରେ ଅପରାହ୍ନ ୧ ଟା୧୦ ମିନିଟ୍ରେ ଥାନା ପରିସରରୁ ମାତ୍ର ୧୦ ମିଟର ଦୂରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗେଇ ଦେଇଥିଲେ। ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ ପୋଲିସ ଅଧିକାରୀ ତାଙ୍କ କଥା କିଛି ନ ଶୁଣି ପ୍ରବଳ ଗାଳି ଦେଇଥିଲେ ବୋଲି ରଶ୍ମିତା କହିଛନ୍ତି। ତାଙ୍କର ଏଭଳି ଅବସ୍ଥା ପାଇଁ ସେ ପୋଲିସକୁ ଦାୟୀ କରିଛନ୍ତି। ଘଟଣା ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚତ୍ ତଦନ୍ତ କରିଛି। ଅପରପକ୍ଷେ ଚୋରି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ଶଙ୍କରଙ୍କ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଏ ସମ୍ପର୍କରେ ଏସ୍ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତ କହିଛନ୍ତି, ମହିଳାଙ୍କ ଶରୀରର ଅଧାରୁ ଅଧିକ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀ ମଲ୍ଲିକଙ୍କୁ ପଚରାଯିବାରୁ ସେ ଏ ବିଷୟରେ କିଛି କହିବେ ନାହିଁ ବୋଲି କହିଛନ୍ତି। ସୂଚନାଥାଉ କି ଥାନାକୁ ଯାଉଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ସରକାର ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁତ୍ୱ ଦେବା ସହ ବିଭିନ୍ନ ସମୟରେ ଥାନା ସ୍ତରର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହାର ପ୍ରଭାବ ପଡ଼ୁ ନ ଥିବାରୁ ଉପରୋକ୍ତ ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି। ପୀଡ଼ିତା ମହିଳାଙ୍କୁ ଗାଳି ବଦଳରେ ବୁଝାଶୁଝା କରାଯାଇଥିଲେ ସେ ନିଜକୁ ଜାଳି ଦେବା ଭଳି ଚରମପନ୍ଥା ଆପଣାଇ ନ ଥାନ୍ତେ ବୋଲି ମତ ପ୍ରକାଶ ପାଇଛି।
The post ଥାନା ଆଗରେ ନିଜକୁ ଜାଳିଦେଲେ ମହିଳା appeared first on Dharitri Odia News.