ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଭୁଆଁ ବୁଲାଇ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଲେ ସାଇବର ଠକ

ବେଙ୍ଗାଲୁରୁ: ସାଇବର ଲୁଟର ଭିନ୍ନ ତରିକା ଆପଣାଇଛନ୍ତି ଲୁଟେରା ମାନେ । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି । ଠିକ୍ ଏମିତି ଏକ ଘଟଣା ପୁଣି ଘଟିଛି । ବେଙ୍ଗାଲୁରୁର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ କଷ୍ଟମ୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ ଭାବେ ପରିଚୟ ଦେଇ ସାଇବର ଠକମାନେ ୨ […] The post ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଭୁଆଁ ବୁଲାଇ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଲେ ସାଇବର ଠକ appeared first on KNews Odisha.

ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଭୁଆଁ ବୁଲାଇ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଲେ ସାଇବର ଠକ
cyber

ବେଙ୍ଗାଲୁରୁ: ସାଇବର ଲୁଟର ଭିନ୍ନ ତରିକା ଆପଣାଇଛନ୍ତି ଲୁଟେରା ମାନେ । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି । ଠିକ୍ ଏମିତି ଏକ ଘଟଣା ପୁଣି ଘଟିଛି ।

ବେଙ୍ଗାଲୁରୁର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ କଷ୍ଟମ୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ ଭାବେ ପରିଚୟ ଦେଇ ସାଇବର ଠକମାନେ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡଡିଛି ।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବେଙ୍ଗାଲୁରୁର ଜଣେ ୨୯ ବର୍ଷିୟା ମହିଳା ଓକିଲ ସ୍କାଇପ୍ ଭିଡିଓ କନଫରେନ୍ସରେ ଠକମାନଙ୍କ ସାମ୍ନାରେ ନିଜର ପୋଷାକ କାଢିବା ପରେ ୧୪ ଲକ୍ଷ ୫୭ ହଜାର ଟଙ୍କା ହରାଇଥିଲେ ।

ତେବେ ସୂଚନା ଥାଉକି, ୫୨ ବର୍ଷୀୟ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସାଇବର ଠକାମିର ଶିକାର ହୋଇ ୨ କୋଟି ୨୪ ଲକ୍ଷ ଟଙ୍କା ହରାଇଛନ୍ତି । ଦିଲ୍ଲୀ କଷ୍ଟମ୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ଭାବେ ସାଇବର ଠକମାନେ ପ୍ରଥମେ ଛକ୍ତ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ନିଜର ପରିଚୟ ଦେଇଥିଲେ । ଏହାପରେ କୌଶଳ କ୍ରମେ ତାଙ୍କଠାରୁ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଇଥିଲେ ।

ତେବେ ସାଇବର ଠକମାନେ ଗତ ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୭ ମଧ୍ୟରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଫୋନ୍ କରି କହିଥିଲେ ଯେ, ସେମାନେ କଷ୍ଟମ୍ସ ବିଭାଗର ଏବଂ ତାଙ୍କ ନାଁରେ ଦିଲ୍ଲୀରୁ ମାଲେସିୟାକୁ ଯାଉଥିବା ଏକ ଏୟାର ପାର୍ସେଲ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇ ଦିଆଯାଇଛି । କାରଣ ଏଥିରେ ୧୬ଟି ପାସପୋର୍ଟ, ୫୮ ଏଟିଏମ କାର୍ଡ, ୧୪୦ ଗ୍ରାମ୍ ଏକଷ୍ଟାସି ଡ୍ରଗ୍ ଟାବଲେଟ୍ ରହିଛି ।

ଏହାପରେ କଲକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟ୍ରାନ୍ସଫର କରାଯାଇଥିଲା ଯେଉଁଠାରେ ତାଙ୍କୁ ଅଫିସରମାନେ ସ୍କାଇପି ଡାଉନଲୋଡ୍ କରି ଅନଲାଇନ ଆସିବାକୁ କହିଥିଲେ । ଠକମାନେସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଏହାପରେ କହିଥିଲେ ଯଦି ସେ ଏହି ମାମଲାରୁ ବର୍ତ୍ତିବାକୁ ଚାହୁଛନ୍ତି ତେବେ ସେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରନ୍ତୁ । ଏକଥା ଶୁଣିବା ପରେ ସଫ୍ଟୱେୟାର ଇଞ୍ଜିନିୟର ଜଣଙ୍କ ଅଆଗପଛ କିଛି ନଭାବି ଟଙ୍କା ଟ୍ରାନ୍ସଫର କରିଦେଇଥିଲେ ।

ତେବେ ପୋଲିସ୍ ସୂତ୍ର ଅନୁଯାୟୀ, ମାସ ଆରମ୍ଭରୁ ପ୍ରାୟ ୨୫ଜଣ ଲୋକ ଠକାମିର ଶିକାର ହୋଇ ଉତ୍ତର ପୂର୍ବ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ ସୀମାରେ ଚାରି କୋଟିରୁ ଅଧିକ ଟଙ୍କା ହରାଇଥିବା ନେଇ ରିପୋର୍ଟ ରହିଛି । ଅଧିକାଂଶ କ୍ଷେତ୍ରରେ, ଠକ ମାନେ ସମାନ ଢଙ୍ଗରେ ଲୁଟିଥିବା ନେଇ ପୋଲିସ୍ କହିଛି ।

The post ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଭୁଆଁ ବୁଲାଇ ୨ କୋଟି ୨୪ ଲକ୍ଷ ଟଙ୍କା ଠକି ନେଲେ ସାଇବର ଠକ appeared first on KNews Odisha.