ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ କହି ଏବେ….

ପ୍ରୀତିପୁର,୬ା୧୦(ସୁଶାନ୍ତ ବେହୁରିଆ): ଗାନ୍ଧୀ ଜୟନ୍ତୀଠାରୁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ସମୟରେ ଯାଜପୁର ଜିଲା ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ ବୋଲି ଦେଇଥିବା ମନ୍ତବ୍ୟ ଉପରେ ରବିବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ମନ୍ତବ୍ୟ ନେଇ ଭାଜପା ପକ୍ଷରୁ ଦଶରଥପୁର ଥାନାରେ ଏତଲା ଦାଏର କରାଯାଇଥିଲା। ଯାହାକୁ ନେଇ ଦଶରଥପୁର ଅଞ୍ଚଳରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା। […] The post ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ କହି ଏବେ…. appeared first on Dharitri Odia News.

ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ କହି ଏବେ….

ପ୍ରୀତିପୁର,୬ା୧୦(ସୁଶାନ୍ତ ବେହୁରିଆ): ଗାନ୍ଧୀ ଜୟନ୍ତୀଠାରୁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ସମୟରେ ଯାଜପୁର ଜିଲା ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ ବୋଲି ଦେଇଥିବା ମନ୍ତବ୍ୟ ଉପରେ ରବିବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ମନ୍ତବ୍ୟ ନେଇ ଭାଜପା ପକ୍ଷରୁ ଦଶରଥପୁର ଥାନାରେ ଏତଲା ଦାଏର କରାଯାଇଥିଲା। ଯାହାକୁ ନେଇ ଦଶରଥପୁର ଅଞ୍ଚଳରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା।
ଗାନ୍ଧୀ ଜୟନ୍ତୀ ଅବସରରେ କୁଆଁସ ମଙ୍ଗଳା ପୀଠରେ ଅନୁଷ୍ଠିତ ବିଜେଡି ସଭାରେ ଅଜୟ ଭାଜପା କର୍ମୀଙ୍କୁ ଜୋତାରେ ପିଟ ବୋଲି ମନ୍ତବ୍ୟ ଦେଇଥିଲେ। ରବିବାର ଉକ୍ତ କୁଆଁସ ପୀଠରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବକ୍ତବ୍ୟ ଦେଉଥିବା ସମୟରେ ନକରାତ୍ମକ ଶବ୍ଦ ପାଟିରୁ ବାହାରି ଯାଇଥିଲା। କୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳକୁ ଆକ୍ଷେପ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ। ଏପରି ଶବ୍ଦ ବାହାରି ଯିବା ଠିକ ନୁହେଁ ବୋଲି ଉପଲବ୍ଧି କରିଛନ୍ତି। ଏକ ରାଜନୈତିକ ଦଳର ବ୍ଲକ ସଭାପତି ଭାବେ ନିଜ ଦଳ ସହ ସବୁ ଦଳ ପ୍ରତି ଯଥେଷ୍ଟ ସମ୍ମାନ ରହିଛି, ଆଗକୁ ରହିଥିବ ବୋଲି ସେ ପ୍ରକାଶ କରିଛନ୍ତ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୋନ ସଭ୍ୟା ମାମିନା ମଲ୍ଲିକ, ପଙ୍କଜ ଜେନା, ଧର୍ମରାଜ ଧୀର, ପ୍ରଭାତ ନାୟକ, ମାନସ ସାମଲ, ସୁଶାନ୍ତ ବାରିକ ଓ ଶୁଭ୍ରାଂଶୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

The post ଭାଜପା କର୍ମୀଙ୍କୁ ‘ଜୋତାରେ ପିଟ’ କହି ଏବେ…. appeared first on Dharitri Odia News.