ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀଙ୍କ ତାଲିମ ଶିବିର ଉଦଯାପିତ

କର୍ଲାମୁଣ୍ଡା:୨୫।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀମାନଙ୍କ ଦ୍ୱିଦିନିଆ ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ସୋମବାର ପ୍ରଥମ ଦିବସରେ ରାଜପୁର ପଞ୍ଚାୟତ ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଜୋରାଡବରା ପଞ୍ଚାୟତ ଜୋରାଡବରା ଉଚ୍ଚ ବିଦ୍ୟାପୀଠ,ରେଗଡା ପଞ୍ଚାୟତ ଭୋଇ ପଡା ପ୍ରାଥମିକ ବିଦ୍ୟାଳୟ,ରଷିଡା ପଞ୍ଚାୟତ ର ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୃଥକ ପୃଥକ ଭାବେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […] The post ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀଙ୍କ ତାଲିମ ଶିବିର ଉଦଯାପିତ appeared first on Dharitri Odia News.

ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀଙ୍କ ତାଲିମ ଶିବିର ଉଦଯାପିତ

କର୍ଲାମୁଣ୍ଡା:୨୫।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀମାନଙ୍କ ଦ୍ୱିଦିନିଆ ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ସୋମବାର ପ୍ରଥମ ଦିବସରେ ରାଜପୁର ପଞ୍ଚାୟତ ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଜୋରାଡବରା ପଞ୍ଚାୟତ ଜୋରାଡବରା ଉଚ୍ଚ ବିଦ୍ୟାପୀଠ,ରେଗଡା ପଞ୍ଚାୟତ ଭୋଇ ପଡା ପ୍ରାଥମିକ ବିଦ୍ୟାଳୟ,ରଷିଡା ପଞ୍ଚାୟତ ର ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୃଥକ ପୃଥକ ଭାବେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୋହିତ କୁମାର ରଣା ଓ ଗୋପ ମଣୀ ସାହୁ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।

ଠିକ ସେହିପରି ବିଭିନ୍ନ ତାଲିମ ଶିବିରରେ ସାଧନ କର୍ମୀ ଭାବେ ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ରେଗଡା ସିଆରସିସି ପ୍ରଭାବ ରଞ୍ଜନ ବନଛୋର, ଜୋରାଡବରା ସିଆରସିସି ଯୁଗଳ ନାଗ,ପୌରକେଲା ସିଆରସିସି ମିଲାପ କୁମାର, ଶିକ୍ଷକ ଦାଶରଥି ଭୋଇ, କାମଦେବ କମ୍ପ, କୁମାର ତରୁଣ ଗହୀର,ତୃପ୍ତି ରଞ୍ଜନ ନାଥ,ପ୍ରତାପ ପଧାନ ପ୍ରମୁଖ ଯୋଗ ଦେଇ ଅଣସ୍ବାକ୍ଷରମାନଙ୍କୁ ସ୍ବେଚ୍ଛାସେବୀ ସହାୟକ ମାନେ କିଭଳି ପାଠ ପଢେଇବା ସହ ପାଠ ପ୍ରତି ଆକୃଷ୍ଟ କରିବେ ସେ ଦିଗରେ ବିଭିନ୍ନ ପଦ୍ଧତି ଉପରେ ତାଲିମ ପ୍ରଦାନ କରିଥିଲେ। ବ୍ଲକର ୪ଟି ତାଲିମ କେନ୍ଦ୍ରରେ ୨୧୬ ଜଣ ସ୍ବେଚ୍ଛାସେବୀ ସହାୟକ/ସହାୟିକା ଅଂଶ ଗ୍ରହଣ କରିଥିଲେ।

The post ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀଙ୍କ ତାଲିମ ଶିବିର ଉଦଯାପିତ appeared first on Dharitri Odia News.