ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ…
ଭୁବନେଶ୍ୱର,୧୧ା୯: ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍ ଦେଇପାରିବେ। […] The post ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୧ା୯: ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରେ ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରବାସୀମାନଙ୍କ କେଓ୍ବାଇସିକୁ ନେଇ ସୋଫିଆ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୨ରୁ ଇ-କେଓ୍ବାଇସି ଚାଲିଛି, ଏହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରବାସୀମାନେ ଆସିବା ଦରକାର ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେଠାରେ ଇ-କେଓ୍ବାଇସି କରିପାରିବେ। ଯେଉଁଠି ଚାହିଁବେ ଉକ୍ତ ସେଣ୍ଟରକୁ ଯାଇ ମେଶିନରେ ଫିଙ୍ଗରପ୍ରିଣ୍ଟ୍ ଦେଇପାରିବେ।
ମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୬-୧୭ରୁ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଶନକାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଆଧାର କରି ୧୬,୨୭,୯୨୦ ଜଣଙ୍କ ନାଁକୁ ହଟାଇ ଦେଇଛନ୍ତି। ଆଉ ଯେଉଁମାନେ ଏହି ସୁଯୋଗର ଲାଭ ପାଇ ନାହାନ୍ତି ତାଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଉଛି। ରାଜ୍ୟ ସରକାର ନିକଟରେ ରାଶନକାର୍ଡରେ ଥିବା ସବୁ କାର୍ଡଧାରୀଙ୍କୁ ଆଧାର ସହ ଇ-କେଓ୍ବାଇସି ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଆଗକୁ ଆହୁରି ଅଯୋଗ୍ୟ କାର୍ଡଧାରୀଙ୍କ ନାମକୁ ହଟାଯାଇ ପାରିବ।
The post ରାଶନ ହିତାଧିକାରୀଙ୍କୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା, ପ୍ରବାସୀଙ୍କୁ ନେଇ କହିଲେ… appeared first on Dharitri Odia News.