କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍ରିଓ୍ବାଲ!
ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି ବୁଧବାର କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା ସ୍ପଷ୍ଟ କରିଥିଲେ। ଏମିତିରେ ଯଦି ସେ ଆଜି କୋର୍ଟରେ ହାଜର ହୁଅନ୍ତି ତେବେ କେଜ୍ରିଓ୍ବାଲଙ୍କ ବୟାନ ଉପରେ ସମସ୍ତଙ୍କ ନଜର ରହିବ। କେଜ୍ରିଓ୍ବମାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ଏବେ […] The post କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍ରିଓ୍ବାଲ! appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି ବୁଧବାର କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା ସ୍ପଷ୍ଟ କରିଥିଲେ। ଏମିତିରେ ଯଦି ସେ ଆଜି କୋର୍ଟରେ ହାଜର ହୁଅନ୍ତି ତେବେ କେଜ୍ରିଓ୍ବାଲଙ୍କ ବୟାନ ଉପରେ ସମସ୍ତଙ୍କ ନଜର ରହିବ।
କେଜ୍ରିଓ୍ବମାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ଏବେ ଅବଧି ଶେଷ ହୋଇଥିବାରୁ ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟରେ ତାଙ୍କ ଇଡି ରିମାଣ୍ଡ ପ୍ରସଙ୍ଗରେ ଗୁରୁବାର ଶୁଣାଣି ହେବ। ଏହି ଶୁଣାଣି ବେଳେ କେଜ୍ରିଓ୍ବାଲ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେବେ ଏବଂ ବଡ଼ ଖୁଲାସା କରିବେ ବୋଲି ସୁନୀତା କହିଛନ୍ତି।
ସୁନୀତା ଦାବି କରିଥିଲେ ଯେ, ଇଡି କରିଥିବା ଚଢ଼ାଉରେ ଟଙ୍କାଟିଏ ବି ମିଳିନାହିଁ। କେଜ୍ରିଓ୍ବାଲ ମାର୍ଚ୍ଚ ୨୮,ଗୁରୁବାରରେ କୋର୍ଟରେ ବଡ଼ ଖୁଲାସା କରିବେ। ସେ ସତ କହିବେ, ପ୍ରମାଣ ବି ଦେବେ। ତେବେ ଜେଲରେ ଥିବା ବେଳେ କେଜ୍ରିଓ୍ବାଲ ତାଙ୍କୁ କହିଛନ୍ତି ଯେ, ଗତ ୨ ବର୍ଷ ଧରି ତଥାକଥିତ ମଦ ଦୁର୍ନୀତି ମାମଲାରେ ୨୫୦ରୁ ଅଧିକ ଥର ଚଢ଼ାଉ କରିଥିଲେ ହେଁ ଏଯାବତ ଟଙ୍କାଟିଏ ବି ମିଳିନାହିଁ।
The post କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍ରିଓ୍ବାଲ! appeared first on Dharitri Odia News.