ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ
ଭୁବନେଶ୍ୱର,୯ା୨: ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ ‘ନୋ କମ୍ପ୍ରମାଇଜ’(ସାଲିସ ବିହୀନ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ପ୍ରତିଷ୍ଠାନର ସଦ୍ୟତମ ବ୍ରାଇଡାଲ ଜୁଏଲେରି କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ଏକ ତାଜା ବ୍ରାଣ୍ଡ ପରିଚିତ ଏବଂ କାରିଗରିର ଏକ ଦୃଢ ପ୍ରତିବଦ୍ଧତାକୁ ନେଇ ଖିମ୍ଜୀ ଜୁଏଲର୍ସ ଏହି ଅଭିଯାନ ଆରମ୍ଭ କରିଛି, ଯାହା ଭାରତରେ ବ୍ରାଇଡାଲ (କନ୍ୟା ନିମନ୍ତେ ଉଦ୍ଦିଷ୍ଟ) ଜୁଏଲେରିର ରୂପ ରେଖକୁ (ସଂଜ୍ଞା) ପୁନଃ ନିର୍ଦ୍ଧାରଣ କରୁଛି। ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ […] The post ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ appeared first on Dharitri Odia News.
ଭୁବନେଶ୍ୱର,୯ା୨: ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ ‘ନୋ କମ୍ପ୍ରମାଇଜ’(ସାଲିସ ବିହୀନ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ପ୍ରତିଷ୍ଠାନର ସଦ୍ୟତମ ବ୍ରାଇଡାଲ ଜୁଏଲେରି କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ଏକ ତାଜା ବ୍ରାଣ୍ଡ ପରିଚିତ ଏବଂ କାରିଗରିର ଏକ ଦୃଢ ପ୍ରତିବଦ୍ଧତାକୁ ନେଇ ଖିମ୍ଜୀ ଜୁଏଲର୍ସ ଏହି ଅଭିଯାନ ଆରମ୍ଭ କରିଛି, ଯାହା ଭାରତରେ ବ୍ରାଇଡାଲ (କନ୍ୟା ନିମନ୍ତେ ଉଦ୍ଦିଷ୍ଟ) ଜୁଏଲେରିର ରୂପ ରେଖକୁ (ସଂଜ୍ଞା) ପୁନଃ ନିର୍ଦ୍ଧାରଣ କରୁଛି।
ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି, ଆମର ଐତିହ୍ୟ ପିଢି ପରେ ପିଢି ମାଷ୍ଟର କାରିଗର ଦ୍ୱାରା ନିମଜ୍ଜିତ ରହି ଆସିଛି,ଯେଉଁମାନେ କଳାର କାଳଜୟୀ ପିସ୍ଗୁଡିକ ସୃଷ୍ଟି କରିବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଆମ ବ୍ରାଣ୍ଡ୍ ଆମ ରିଟେଲ କ୍ଷେତ୍ରର ଅଭ୍ୟୁତ୍ଥାନ ଓ ପରିବର୍ଦ୍ଧନ କରୁଥିବାବେଳେ ଅତୁଳନୀୟ ଗୁଣ ମାନ ଯୋଗାଇଦେବାକୁ ଆମର ପ୍ରତିବଦ୍ଧତା ଅତୁଟ ରହିଛ। ଆମେ ବିବାହକାଳୀନ ଜୁଏଲେରି ସହିତ ଗଭୀର ଭାବ ପ୍ରବଣତାର ସମ୍ପର୍କକୁ ଭଲ ଭାବେ ବୁଝିଛୁ। ଆମର ଅଭିଯାନ ‘ସାଲିସବିହୀନ’କାରିଗରିର ଦୀର୍ଘସ୍ଥାୟୀ ପରମ୍ପରା ଏବଂ ବିବାହ ସହିତ ଜଡିତ ଆନନ୍ଦ ଓ ଗୌରବର ଆକାଂକ୍ଷିତ ମୁହୂର୍ତ୍ତଗୁଡିକୁ ପାଳନ କରୁଛି। ଚଳିତ ବର୍ଷର ବ୍ରାଇଡାଲ ସିଜନ ନିମନ୍ତେ ଆମର ସମ୍ଭାରଗୁଡିକ ମଧ୍ୟରେ ଓଜନଦାର ହାର ସେଟ୍, ଚୋକର, କୁନ୍ଦନ ଓ ଜଡାଉ କାମ, ଏନାମେଲ କାମର ଜୁଏଲେରି, କଡା ଏବଂ ଅନ୍ୟାନ୍ୟ ଅଳଙ୍କାର ଆଦି ରହିଛି।
The post ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ appeared first on Dharitri Odia News.