ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି ବର୍ଷାରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ଡାଇଭର୍ଟ କରାଯିବା ସହ କେତେକର ସମୟ ବଦଳାଇ ଦିଆଯାଇଛି। ମୁମ୍ବାଇ ମେଟ୍ରୋ ମଧ୍ୟ ଅଟକି ଯାଉଛି ବୋଲି ଖବର ଆସିଛି। ଥାନେ ଜିଲାର ବଦଲାପୁର ଏବଂ ଭଙ୍ଗାନି ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ବହିଛି। ପ୍ରବଳ ପବନରୁ ନିଜକୁ ରକ୍ଷା କରିବା […] The post ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ appeared first on Dharitri Odia News.

ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି ବର୍ଷାରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ଡାଇଭର୍ଟ କରାଯିବା ସହ କେତେକର ସମୟ ବଦଳାଇ ଦିଆଯାଇଛି। ମୁମ୍ବାଇ ମେଟ୍ରୋ ମଧ୍ୟ ଅଟକି ଯାଉଛି ବୋଲି ଖବର ଆସିଛି। ଥାନେ ଜିଲାର ବଦଲାପୁର ଏବଂ ଭଙ୍ଗାନି ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ବହିଛି।

ପ୍ରବଳ ପବନରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ନିଜ ଘର ଆଡ଼କୁ ଦୌଡୁଥିବା ଦେଖାଯାଇଥିଲା। ରାଜପଥ ପାର୍ଶ୍ୱରେ ଏକ ବଡ ହୋର୍ଡିଂ ମୁମ୍ବାଇର ଘାଟକୋପର ଅଞ୍ଚଳରେ ପଡିଥିଲା। ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି।
ବର୍ଷା ଏବଂ ଝଡ଼ ଯୋଗୁ ପରିବହନ ସେବା ଉପରେ ମଧ୍ୟ ପ୍ରଭାବ ପକାଉଛି। ଟ୍ୟାକ୍ସି, ଅଟୋ ଏବଂ ଅନ୍ୟ ଗାଡି ଡ୍ରାଇଭରମାନେ ମଧ୍ୟ ରାସ୍ତାରେ ଅଟକି ରହିଛନ୍ତି। ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ବ୍ୟାହତ ହୋଇଛି। ଘାଟକୋପର-ଭର୍ସୋଭୋ ମେଟ୍ରୋ ବିମାନବନ୍ଦର ରୋଡ ଷ୍ଟେଶନରେ ମେଟ୍ରୋ ବନ୍ଦ ହୋଇଯାଇଛି। ଏଥି ସହିତ ପ୍ରଶାସନ ଏହି ବ୍ୟାନର ହଟାଇବାକୁ ଚେଷ୍ଟା କରୁଛି। ଘାଟକୋପରରୁ ଭର୍ସୋଭା ମାର୍ଗରେ ଚାଲୁଥିବା ଏହି ମେଟ୍ରୋ ବାଟରେ ଅଟକି ରହିଛି। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ନିଜେ ବିମାନବନ୍ଦର ମେଟ୍ରୋ ଷ୍ଟେସନରେ ଅଟକି ରହିଛନ୍ତି।

The post ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ appeared first on Dharitri Odia News.