ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ… ଗ୍ୟାସ୍‌, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ ଦେଖିବାକୁ ମିଳୁଛି। ଜିରା ଖାଇଲେ ଖାଦ୍ୟ ହଜମରେ ସାହାଯ୍ୟ କରୁଥିବା ଏନ୍‌ଜାଇମ୍‌ ବୃଦ୍ଧି ହୋଇଥାଏ। ଫଳରେ ଏଭଳି ସମସ୍ୟା ଦୂରକରିବା ଲାଗି ଜିରା ସବୁଠୁ […] The post ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ appeared first on Dharitri Odia News.

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା ପୋଷକ ତତ୍ତ୍ୱ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଜାଣନ୍ତୁ ଏହାର ଏକାଧିକ ଉପକାରିତା ସମ୍ପର୍କରେ…

ଗ୍ୟାସ୍‌, ଏସିଡିଟି, ବଦହଜମୀ ଭଳି ସମସ୍ୟା ବର୍ତ୍ତମାନ ଅନେକଙ୍କଠାରେ ଦେଖିବାକୁ ମିଳୁଛି। ଜିରା ଖାଇଲେ ଖାଦ୍ୟ ହଜମରେ ସାହାଯ୍ୟ କରୁଥିବା ଏନ୍‌ଜାଇମ୍‌ ବୃଦ୍ଧି ହୋଇଥାଏ। ଫଳରେ ଏଭଳି ସମସ୍ୟା ଦୂରକରିବା ଲାଗି ଜିରା ସବୁଠୁ ଭଲ ପ୍ରାକୃତିକ ଔଷଧ ଭାବେ କାମ କରିଥାଏ।
ଜିରାରେ ଆଇରନ୍‌ ମାତ୍ରା ଅଧିକ। ତେଣୁ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ଦ୍ୱାରା ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ଯୋଗୁ ଶରୀରରୁ ହେଉଥିବା ଆଇରନ୍‌ କ୍ଷୟ ଏବଂ ଏଥିନେଇ ହେଉଥିବା ଦୁର୍ବଳତା ଦୂରହୋଇଥାଏ। ଏହା ହିମୋଗ୍ଲୋବିନ୍‌ ମାତ୍ରା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିଲେ ୧ ଗ୍ଲାସ୍‌ ପାଣିରେ ୧ ଚାମଚ ଜିରା ମିଶାଇ ଫୁଟାନ୍ତୁ ଏବଂ ଥଣ୍ଡାକରି ଉକ୍ତ ପାଣିକୁ ପିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ସମସ୍ୟା ଦୂରହୋଇପାରିବ।
ଜିରାରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଇ; ଯାହାକି ତ୍ୱଚା ପାଇଁ ଉପକାରୀ। ଏଥିରେ ଥିବା ଅନ୍ୟାନ୍ୟ ପଦାର୍ଥ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ। ତ୍ୱଚାରେ ଦାଗ ଅବା ଇନ୍‌ଫେକ୍ସନ ସମସ୍ୟା ଥିଲେ ଜିରାକୁ ବାଟି କୌଣସି ଫେସ୍‌ପ୍ୟାକ୍‌ରେ ମିଶାଇ ଲଗାଇ କିଛି ସମୟ ପରେ ଧୋଇଦେଲେ ତ୍ୱଚାରୁ ଦାଗ କିଛିଦିନ ମଧ୍ୟରେ ଚାଲିଯାଇଥାଏ।

The post ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ appeared first on Dharitri Odia News.