ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ

ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟଭୀତ ଅଛନ୍ତି। ସେମିତି ଏକ ଚୋରି ଘଟଣା ଥୁଆମୂଳ ରାମପୁର ଥାନାରେ ଉପରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଠକୁରା ମୁଖ୍ୟ ରାସ୍ତା ଛକଠାରେ ଥିବା […] The post ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ appeared first on Dharitri Odia News.

ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ

ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟଭୀତ ଅଛନ୍ତି। ସେମିତି ଏକ ଚୋରି ଘଟଣା ଥୁଆମୂଳ ରାମପୁର ଥାନାରେ ଉପରେ ଲିଖିତ ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କାଠକୁରା ମୁଖ୍ୟ ରାସ୍ତା ଛକଠାରେ ଥିବା ଏକ କ୍ଷୁଦ୍ର ବ୍ୟବସାୟୀ ସୁନାଧର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ୧୦ ରୁ ୧୨ ଜଣ କେହି ଦୃର୍ବୁତ୍ତ ୩ଟି ମୋଟର ସାଇକେଲ ଏବଂ ଗୋଟିଏ ଚାରିଚକିଆ ଗାଡ଼ିରେ ଆସି ଡକାୟତି କରିଥିବା ଜଣାପଡିଛି l ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ପ୍ରଥମେ ତାଙ୍କ ଦୋକାନ କବାଟ ଭାଙ୍ଗି ପଇସା ଲୁଟ କରିବା ସହ ଘର ଭିତରେ ପଶି ଆଲମୀରା ଭାଙ୍ଗି ସେଠାରେ ଥିବା ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା ସହ ସୁନାଗହଣା, ମୋବାଇଲ, ଟିଭି ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ନେଇଯାଇଥିବା ଅଭିଯୋଗ ହୋଇଛି l ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ କେସ ନଂ ୧୯୦/୨୪ ରେ ମାମଲା ରୁଜୁ କରି ଥାନା ଅଧିକାରୀ କୈବଲ୍ୟ ସେଠ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବାହାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିବା ସୂଚନା ମିଳିଛି l
ଏଠାରେ ପ୍ରକାଶ ଥାଉକୀ ଗତ କିଛି ମାସ ତଳେ ଥୁଆମୂଳ ରାମପୁର ସଦର ମହକୁମାର କୈଳାଶ ଚନ୍ଦ୍ର ପରିଛା ନାମକ ଜଣେ ବ୍ୟବସାୟୀଙ୍କ ଟ୍ରାକ୍ଟର ଏବଂ ୨୦ ରୁ ୩୦ ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା l ଏହାର କିଛିଦିନ ବ୍ୟବଧାନ ପରେ କାଠକୁରା ଗ୍ରାମର ଉମେଶ ଚନ୍ଦ୍ର ନାଏକ ନାମକ ବ୍ୟକ୍ତିଙ୍କର ମାରୁତି ୮୦୦ କାର କୌଣସି ଦୃର୍ବୁତ୍ତ ଚୋରି କରିନେଇଯାଇଥିଲେ l ପୋଲିସର ସହାୟତାରେ କାଶୀପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ କାରକୁ ଉଦ୍ଧାର କରାଯାଇଥିଲା।

The post ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ appeared first on Dharitri Odia News.