ଚଳିତ ମାସ ଲାଗୁହେବ ନୂଆ ଅବକାରୀ ନୀତି,ନୂଆ ମଦ ଦୋକାନ ଖୋଲିବା ନେଇ କଟକଣା
ଭୁବନେଶ୍ୱର : ଚଳିତ ମାସ ସୁଦ୍ଧା ରାଜ୍ୟରେ ଲାଗୁହେବ ନୂଆ ଅବକାରୀ ନୀତି । ନୂତନ ନିୟମ ଅନୁସାରେ ନୂଆ ମଦ ଦୋକାନ ଖୋଲିବା ନେଇ ଜାରି ହୋଇଛି କଟକଣା । ଏଥିପାଇଁ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ସେହିସବୁ ରାଜ୍ୟକୁ ପଠାଯାଇଛି ବୋଲି ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଓଡ଼ିଶାରେ ମଦ ନୀତି ନିୟନ୍ତ୍ରଣକୁ […]

ଭୁବନେଶ୍ୱର : ଚଳିତ ମାସ ସୁଦ୍ଧା ରାଜ୍ୟରେ ଲାଗୁହେବ ନୂଆ ଅବକାରୀ ନୀତି । ନୂତନ ନିୟମ ଅନୁସାରେ ନୂଆ ମଦ ଦୋକାନ ଖୋଲିବା ନେଇ ଜାରି ହୋଇଛି କଟକଣା । ଏଥିପାଇଁ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ସେହିସବୁ ରାଜ୍ୟକୁ ପଠାଯାଇଛି ବୋଲି ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ମଦ ନୀତି ନିୟନ୍ତ୍ରଣକୁ ପୁନଃନିର୍ମାଣ କରିବା ପାଇଁ ଆଗାମୀ ତିନିବର୍ଷିଆ ମଦ ନୀତି ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ, ଜୁନ୍ ୧୫ ରୁ ଜୁନ୍ ୨୦ ମଧ୍ୟରେ ଲାଗୁ ହେବାର ଯୋଜନା ରହିଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଶ୍ଚିତ କରିଛନ୍ତି। ନୂତନ ନୀତି ଅନୁସାରେ ଆଉ ନୂତନ ମଦ ଦୋକାନ ଖୋଲିବ ନାହିଁ । ଏହା ପୂର୍ବ ପଦ୍ଧତିଠାରୁ ଏକ ପ୍ରମୁଖ ପରିବର୍ତ୍ତନ ଯାହା ପ୍ରାୟତଃ ରାଜସ୍ୱ ସୃଷ୍ଟି ପାଇଁ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଉଥିଲା।
ରାଜ୍ୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ପରିଦର୍ଶନ କରିବେ । ପ୍ରଥମ ପଦକ୍ଷେପ ସ୍ୱରୂପ ଟିମ୍ ଆନ୍ଧ୍ର ପ୍ରଦେଶ ଯାଇଛନ୍ତି । ଅଧିକାରୀମାନେ ଜୁଲାଇ ୭ ଏବଂ ୮ ସୁଦ୍ଧା ଫେରି ଆସିବାର ସମ୍ଭାବନା ରହିଛି । ବେଆଇନ ମଦ କାରବାର, ଦଣ୍ଡବିଧାନ ଓ ପୁରୁଣା ନୀତିର ଅସୁବିଧା ଦୂର ହେବ । ଏ ସମସ୍ତ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।