ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି ହେବ ବାଜ୍ୟାପ୍ତ; କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ
କଟକ : ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ। ସଂସ୍ଥାର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଅନୁଗୋଳ ଆଦି ସ୍ଥାନରେ ଥିବା ପ୍ରାୟ ୧୧୦ ଏକରରୁ ଅଧିକ ଜମି ବାଜ୍ୟାପ୍ତି ହେବ। ଏହାସହିତ ୧୧ଟି ଦାମୀ ଗାଡ଼ି , ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା ବି ବାଜ୍ୟାପ୍ତ ହେବ । ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରି […]

କଟକ : ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ। ସଂସ୍ଥାର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଅନୁଗୋଳ ଆଦି ସ୍ଥାନରେ ଥିବା ପ୍ରାୟ ୧୧୦ ଏକରରୁ ଅଧିକ ଜମି ବାଜ୍ୟାପ୍ତି ହେବ। ଏହାସହିତ ୧୧ଟି ଦାମୀ ଗାଡ଼ି , ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା ବି ବାଜ୍ୟାପ୍ତ ହେବ । ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ।