ବିବାହ ଉତ୍ସବରେ ନାଚୁଥିବାବେଳେ ଟଳି ପଡ଼ିଲା ୧୫ ବର୍ଷର ବାଳକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁବାରିକପୁର ସରାଇ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ହୋଇଯାଇଛି। ବାିଳକଟି ନାଚୁଥିବାବେଳେ ହଠାତ ତଳେ ପଡ଼ିଯାଇଥିଲା। ତାକୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ବାଳକଙ୍କ ବାପା କହିଛନ୍ତି, ସେ ଡିଜେ ସଂଗୀତରେ ନାଚୁଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ […]

ବିବାହ ଉତ୍ସବରେ ନାଚୁଥିବାବେଳେ ଟଳି ପଡ଼ିଲା ୧୫ ବର୍ଷର ବାଳକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁବାରିକପୁର ସରାଇ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ହୋଇଯାଇଛି। ବାିଳକଟି ନାଚୁଥିବାବେଳେ ହଠାତ ତଳେ ପଡ଼ିଯାଇଥିଲା। ତାକୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ବାଳକଙ୍କ ବାପା କହିଛନ୍ତି, ସେ ଡିଜେ ସଂଗୀତରେ ନାଚୁଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ବାଳକ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ସେ ସାରା ଦିନ କାମ କରିଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଜଣାପଡ଼ିନି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। କିନ୍ତୁ ଏନେଇ ସ୍ପଷ୍ଟ କିଛି ଜଣାପଡ଼ିନି।