ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗଲେ ସୋଫିଆ; କହିଲେ...

ସୋଫିଆ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଗତକାଲି ଅଚାନକ ଯାଇଥିବା ବେଳେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗଲେ ସୋଫିଆ; କହିଲେ...

କଟକ ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠାଇ ନେବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରାଯିବ ବୋଲି କହିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ।

ସୋଫିଆ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଗତକାଲି ଅଚାନକ ଯାଇଥିବା ବେଳେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥି ସହିତ କାର୍ଯ୍ୟାଳୟ ବୁଲିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ କାହିଁକି ଏଣେ ତେଣେ ପଡିଛି ବୋଲି ପ୍ରଶ୍ନ କରିଥିଲେ।  କାର୍ଯ୍ୟାଳୟର ଅବ୍ୟବସ୍ଥିତ ଢଙ୍ଗ ଦେଖି ଉଦବେଗ ପ୍ରକାଶ କରିଥିଲେ । 

ଅଧିକ ପଢ଼ନ୍ତୁ: 'ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ'

ଏପରିକି କେତେକ ଟେବୁଲ ଚେୟାରରେ ଧୂଳି ଜମା ହୋଇ ରହିଥିବା ଦେଖିଥିଲେ । ଯଦି ସରକାର ଏହି ଅବକାରୀ ଅଫିସ ଉଠାଇ ନେବାକୁ ଉଦ୍ୟମ କରିବେ, ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସୋଫିଆ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ସରକାରୀ ସ୍ତରରେ କାହାରି ପ୍ରତିକ୍ରିୟା ମିଳିପାରିନାହିଁ । 

ଅଧିକ ପଢ଼ନ୍ତୁ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ: ମୁଖ୍ୟମନ୍ତ୍ରୀ