କଲେଜରେ ଟ୍ୟୁଟୋରିଆଲ, ପ୍ରାକ୍ଟିକାଲ କ୍ଲାସ୍‌ କରାଯାଉନି; ଟ୍ୟୁଶନ ନ କଲେ କଟୁଛି ନମ୍ବର

ନୟାଗଡ଼,୨୪ା୬(ଲୋକନାଥ ମିଶ୍ର): କୋଚିଂ ଓ ଟ୍ୟୁଶନ ଉପରେ ସରକାରୀ କଟକଣା ରହିଛି। ପ୍ରାଇଭେଟ କୋଚିଂ ଅଧ୍ୟାପକଙ୍କ ପାଇଁ ମନା। ପ୍ରତିବର୍ଷ ଅଗଷ୍ଟରେ ଅଧ୍ୟାପକମାନେ ଅଧ୍ୟକ୍ଷଙ୍କୁ ଏକ ଅଣ୍ଡରଟେକିଂ ଦିଅନ୍ତି। ମୁଁ ପ୍ରାଇଭେଟ କୋଚିଂ କରୁନାହିଁ। ମୋ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ ନିଆଯିବ। ହେଲେ ପ୍ରାଇଭେଟ କୋଚିଂ ଓ ଟ୍ୟୁଶନ ପାଇଁ ରହିଥିବା କଟକଣାକୁ ଫୁ କରି ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟ୍ୟୁଶନ, ବ୍ୟକ୍ତିଗତ ଟ୍ୟୁଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁୁ ୫ରୁ ୧୦ […] The post କଲେଜରେ ଟ୍ୟୁଟୋରିଆଲ, ପ୍ରାକ୍ଟିକାଲ କ୍ଲାସ୍‌ କରାଯାଉନି; ଟ୍ୟୁଶନ ନ କଲେ କଟୁଛି ନମ୍ବର appeared first on Dharitri Odia News.

କଲେଜରେ ଟ୍ୟୁଟୋରିଆଲ, ପ୍ରାକ୍ଟିକାଲ କ୍ଲାସ୍‌ କରାଯାଉନି; ଟ୍ୟୁଶନ ନ କଲେ କଟୁଛି ନମ୍ବର

ନୟାଗଡ଼,୨୪ା୬(ଲୋକନାଥ ମିଶ୍ର): କୋଚିଂ ଓ ଟ୍ୟୁଶନ ଉପରେ ସରକାରୀ କଟକଣା ରହିଛି। ପ୍ରାଇଭେଟ କୋଚିଂ ଅଧ୍ୟାପକଙ୍କ ପାଇଁ ମନା। ପ୍ରତିବର୍ଷ ଅଗଷ୍ଟରେ ଅଧ୍ୟାପକମାନେ ଅଧ୍ୟକ୍ଷଙ୍କୁ ଏକ ଅଣ୍ଡରଟେକିଂ ଦିଅନ୍ତି। ମୁଁ ପ୍ରାଇଭେଟ କୋଚିଂ କରୁନାହିଁ। ମୋ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ ନିଆଯିବ। ହେଲେ ପ୍ରାଇଭେଟ କୋଚିଂ ଓ ଟ୍ୟୁଶନ ପାଇଁ ରହିଥିବା କଟକଣାକୁ ଫୁ କରି ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟ୍ୟୁଶନ, ବ୍ୟକ୍ତିଗତ ଟ୍ୟୁଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେଜରେ ପାଠ ପଢ଼ାଇବାକୁ ଭୁଲି ଯାଉଛନ୍ତି।

ସେହିପରି ଛାତ୍ରୀଛାତ୍ର ବୁଝି ନ ପାରିଲେ କଲେଜରେ ଟିଉଟୋରିଆଲ ଓ ପ୍ରାକ୍ଟିକାଲ କ୍ଲାସ ବ୍ୟବସ୍ଥା ଅଛି। ଏକଷ୍ଟ୍ରା କ୍ଲାସ କରିବାର ମଧ୍ୟ ବ୍ୟବସ୍ଥା କରାଯାଇ ପାରିବ। ହେଲେ ଏହାକୁ କାର୍ଯ୍ୟକାରୀ କରାଯାଉନି। ସେହିପରି ଅଧ୍ୟାପକଙ୍କ ପୋଗ୍ରେସ ରିପୋର୍ଟକୁ ଅଧ୍ୟକ୍ଷ ତର୍ଜମା କରୁ ନାହାନ୍ତି। କୋର୍ସ କେତେ ବାକି ରହିଲା, କେବେ ଶେଷ ହେବ, କାହିଁକି ଶେଷ ହେଉ ନାହିଁ, ଛାତ୍ରୀଛାତ୍ର କିପରି ଭଲ ପଢ଼ିବେ ସେନେଇ ମଧ୍ୟ ପଦକ୍ଷେପ ନାହିଁ। ଏଣୁ ନୟାଗଡ଼ ଜିଲାର କଲେଜଗୁଡ଼ିକରେ ଆଉ ପାଠପଢ଼ା ହେଉ ନ ଥିଲେ ହେଁ କେହି ପ୍ରଶ୍ନ କରୁ ନାହାନ୍ତି। ଅଧ୍ୟାପକଙ୍କ ପାଖରେ କୋଚିଂ ନେଲେ ପ୍ରାକ୍ଟିକାଲ, ଥିଓରୀରେ ଭଲ ନମ୍ବର ମିଳୁଛି। ଭଲ ନମ୍ବର ଓ ଚାପର ବଶବର୍ତ୍ତୀ ହୋଇ କେତେଜଣ ଅଭିଭାବକ ନିଜର ପିଲାଙ୍କୁ ଅଧ୍ୟାପକଙ୍କ ପାଖକୁ ଛାଡିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷେ ଛାତ୍ରୀଛାତ୍ର ନିଜ କଲେଜର ଅଧ୍ୟାପକଙ୍କ ପାଖରେ ଟ୍ୟୁଶନ ନ କଲେ ପ୍ରାକ୍ଟିକାଲ ଓ ଥିଓରୀରେ ନମ୍ବର କାଟିଦେବା ଓ ଫେଲ୍‌ ହେବାର ଧମକ ମିଳୁଛି। ହେଲେ ଅଭିଯୋଗର ସ୍ବର ନରମି ଯାଉଛି। ଏଭଳିସ୍ଥଳେ କଲେଜର ଅଧ୍ୟକ୍ଷଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ ବୋଲି ଅଭିଯୋଗ ହୋଇଛି ା

ଏ ନେଇ ଅବସରପ୍ରାପ୍ତ ଅଧ୍ୟାପିକା ପ୍ରୀୟମ୍ବଦା ଦାଶ କୁହନ୍ତି, ପ୍ରାଇଭେଟ କୋଚିଂ ହେବା ପରେ କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ ରହୁଛି। କଲେଜରେ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ରହୁ ନାହିଁ। ନିଜେ ପଢ଼ିବା ଓ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି କମି ଯାଉଛି। ଛାତ୍ରୀଛାତ୍ର ବହି ପଢ଼ୁ ନାହାନ୍ତି। କେବଳ ପରୀକ୍ଷା ଉପଯୋଗୀ କ୍ଷୁଦ୍ର ପ୍ରଶ୍ନ ଉତ୍ତର କରୁଛନ୍ତି। କଲେଜର ଅଧ୍ୟକ୍ଷମାନେ ଅଧ୍ୟାପକଙ୍କ କାର୍ଯ୍ୟ ଉପରେ ଦୃଷ୍ଟି ନ ଦେବାରୁ କୋଚିଂ ସେଣ୍ଟର ବଢ଼ି ଚାଲିଛି। ଗରିବରୁ ଅତି ଗରିବ ଛାତ୍ରୀଛାତ୍ର କୋଚଂ ସେଣ୍ଟରରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କଲେଜରେ ପାଠପଢ଼ାର ମାନ କମି ଯାଉଛି। ତଥାପି ଏହା ସମାଜରେ ସମୟ ଉପଯୋଗୀ ବୋଲି ସାମାଜିକ ମତାମତ ଅଛି।

ବୋଲଗଡ଼ କଲେଜର ଅବସରପ୍ରପାପ୍ତ ପ୍ରାଧ୍ୟାପକ କୈଳାଶ ବାଣ୍ଠ କୁହନ୍ତି, କୌଣସି ଅଧ୍ୟାପକ ପାଇଭେଟ କୋଚିଂ ସେଣ୍ଟରରେ ପାଠ ପଢ଼ାଇ ପାରିବେ ନାହିଁ। ଏହା ପ୍ରମାଣିତ ହେଲେ ଅଧ୍ୟାପକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୂୁଷ୍ଠାନ ନେବା ପାଇଁ ସୁପାରିଶ ହୋଇପାରିବ। ତେବେ କଲେଜର ଅଧ୍ୟକ୍ଷ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ଅଧ୍ୟାପକମାନେ ଆଇନକୁ ଶୀତଳଭଣ୍ଡାରକୁ ଫୋପାଡି ବେଆଇନ ଭାବେ ଟ୍ୟୁଶନ କରି ଚାଲିଛନ୍ତି। ନିଜେ ଅଧ୍ୟାପକ ଟ୍ୟୁଶନ, କୋଚିଂ ସେଣ୍ଟର ମାଲିକ ହୋଇ ପାଠ ପଢ଼ାଉଛନ୍ତି। ଏଣୁ ମାନସିକତାରେ ପରିବର୍ତ୍ତନ ନ ଆସିଲେ ସୁଧାର ଆସିବନି। ସରକାର କରିଥିବା ନିୟମକୁ କଡାକଡି ପାଳନ କରିବା ଦରକାର ବୋଲିି କହିଛନ୍ତି।

ଟ୍ୟୁଶନ ନ କଲେ କଟୁଛି ନମ୍ବର
ଅଭିଭାବକ ବଳଭଦ୍ର ମହାନ୍ତି କୁହନ୍ତି, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ପାଖରେ ଟ୍ୟୁଶନ ନ କଲେ ପ୍ରାକ୍ଟିକାଲ ଓ ଇଣ୍ଟରନାଲରେ ନମ୍ବର କାଟି ଦିଆଯାଉଛି। ଟ୍ୟୁଶନ କଲେ ପ୍ରାକ୍ଟିକାଲ ଓ ଇଣ୍ଟରନାଲରେ ଭଲ ନମ୍ବର ମିଳୁଛି। ଏପରି ନମ୍ବର କାଟ ନେଇ ମୁଁ ଅଭିଯୋଗ କରିବା ପରେ ସନ୍ତୋଷଜନକ ଉତ୍ତର ପାଇନାହିଁ। ଅଧ୍ୟାପକଙ୍କ ଏଭଳି ଚିନ୍ତାଧାରା ଅନେକ ଭଲ ପିଲାଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଉଛି, ଯାହାକି ତଦନ୍ତସାପେକ୍ଷ । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ ପଟ୍ଟନାୟକ କୁହନ୍ତି, ଟ୍ୟୁଶନ ନ କଲେ ଅଧ୍ୟାପକମାନେ ପ୍ରାକ୍ଟିକାଲ ଓ ଇଣ୍ଟରନାଲରେ ନମ୍ବର କାଟିବା ଓ ଟ୍ୟୁଶନ କଲେ ଭଲ ନମ୍ବର ମିଳୁଥିବା ଅଭିଯୋଗ ମିଳିନି। ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।

The post କଲେଜରେ ଟ୍ୟୁଟୋରିଆଲ, ପ୍ରାକ୍ଟିକାଲ କ୍ଲାସ୍‌ କରାଯାଉନି; ଟ୍ୟୁଶନ ନ କଲେ କଟୁଛି ନମ୍ବର appeared first on Dharitri Odia News.