ଜାଲ୍ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ହେଲେ ୫ ଶିକ୍ଷକ
ପୁରୀ,୧୯ା୧୨(ଅଜିତ୍ ମହାନ୍ତି): ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ପୁରୀ ଜିଲାର ୫ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ବହିଷ୍କୃତ କରିଛନ୍ତି। ନିଲମ୍ବିତ ହୋଇଥିବା ୫ଶିକ୍ଷକଙ୍କ ମଧ୍ୟରୁ ଜଣେ କଣାସ ବ୍ଲକର ହୋଇଥିବା ବେଳେ ଅନ୍ୟ ୪ଜଣ କୃଷ୍ଣପ୍ରସାଦ ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ ସୂଚନା ଦେଇ କହିଛନ୍ତି, ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ତେଣୁ […] The post ଜାଲ୍ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ହେଲେ ୫ ଶିକ୍ଷକ appeared first on Dharitri Odia News.
ପୁରୀ,୧୯ା୧୨(ଅଜିତ୍ ମହାନ୍ତି): ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ପୁରୀ ଜିଲାର ୫ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ବହିଷ୍କୃତ କରିଛନ୍ତି। ନିଲମ୍ବିତ ହୋଇଥିବା ୫ଶିକ୍ଷକଙ୍କ ମଧ୍ୟରୁ ଜଣେ କଣାସ ବ୍ଲକର ହୋଇଥିବା ବେଳେ ଅନ୍ୟ ୪ଜଣ କୃଷ୍ଣପ୍ରସାଦ ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ ସୂଚନା ଦେଇ କହିଛନ୍ତି, ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ତେଣୁ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ବିଭିନ୍ନ ଯାଞ୍ଚ କରିବା ସହ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଯାଇ ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରମାଣପତ୍ର ଜାଲ୍ ଥିବା ଜଣାପଡିଥିଲା। ଫଳରେ ସମ୍ପୃକ୍ତ ୫ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ ହୋଇଥିବା ୫ଜଣ ଶିକ୍ଷକ ହେଲେ କଣାସ ବ୍ଲକ ଜମାଲଗୋଡା ୟୁପି ସ୍କୁଲର ରବିନ୍ଦ୍ର କୁମାର ପଲେଇ। କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ୍ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ବିରିପଦର ପ୍ରାଇମେରି ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ପ୍ରାଇମେରି ସ୍କୁଲର ସୌଦାମିନୀ ପ୍ରଧାନ ଏବଂ ଚାରିଛକ ୟୁଜିଓପି ସ୍କୁଲର ନନ୍ଦ କିଶୋର ସେଠୀ। ପୂର୍ବରୁ ଏଭଳି ଅଭିଯୋଗରେ ୪ଜଣ ବହିଷ୍କୃତ ହୋଇଥିଲେ। ଗତ ଦେଢ଼ବର୍ଷ ଭିତରେ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗରେ ଜିଲା ଶିକ୍ଷାଧିକାରୀ ୯ଜଣଙ୍କୁ ବହିଷ୍କୃତ କରିଥିବା ଘୋଷ କହିଛନ୍ତି। ଅପରପକ୍ଷରେ ଅନ୍ୟ କେତେଜଣ ଶିକ୍ଷକଙ୍କ ନାମରେ ଅଭିଯୋଗ ଆସିଛି। ତାହାର ତଦନ୍ତ କରାଯାଉଛି। ଯଦି ତଦନ୍ତରେ କିଏ ଅଭିଯୁକ୍ତ ଥିବା ଜଣାପଡେ ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷ କହିଛନ୍ତି।
The post ଜାଲ୍ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ହେଲେ ୫ ଶିକ୍ଷକ appeared first on Dharitri Odia News.