ରାଜଧାନୀ ମୁକୁଳା ଡ୍ରେନରେ ନିଖୋଜ ନାବାଳକ ଉଦ୍ଧାର, କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ରାଜଧାନୀରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ନାବାଳକ ଉଦ୍ଧାର ହୋଇଛି। ୟୁନିଟ୍-୩ ମସଜିଦ କଲୋନୀ ନିକଟରେ ଏହି ଘଟଣା ଘଟିଛି। ଉଦ୍ଧାର ପରେ ନାବାଳକକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରାୟ ଘଣ୍ଟାଏ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରିଥିବା ଜଣା ପଡ଼ିଛି।ସୂଚନା ଅନୁସାରେ, ନାବାଳକର ନାଁ ଏସକେ ରାଜେଶ ହୋଇଥିବା କୁହାଯାଉଛି। ବୟସ ୮ରୁ ୧୦ ବର୍ଷ ହେବ। ନିଜ ସାଙ୍ଗମାନଙ୍କ ସହ ମୁକୁଳା ଡ୍ରେନ ପାଖରେ ଖେଳୁଥିଲେ। ସେହି ସମୟରେ ନାଳରେ କିଛି ଆକର୍ଷଣୀୟ ବେଲୁନ ଭାସି ଆସିଥିଲା, ଯାହାକୁ ଆଣିବା ପାଇଁ ନାବାଳକ ଜଣକ ଓ ସାଙ୍ଗମାନେ ଡ୍ରେନ ଭିତରକୁ ପଶିଥିଲେ। ତେବେ ପ୍ରବଲ ବେଗରେ ଆସୁଥିବା ବର୍ଷା ପାଣିରେ ନାବାଳକ ଭାସି ଯାଇଥିଲେ। ନାବାଳକ ଭାସି ଯାଉଥିବା ଦେଖି ତାଙ୍କ ସାଙ୍ଗପିଲାମାନେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ମୁକୁଳା ଡ୍ରେନ ପାକରେ ପହଞ୍ଚି ନାବାଳକ ସନ୍ଧାନରେ ଜୁଟିଥିଲେ। ଶେଷରେ ନାବାଳକ ଜଣକୁ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ନିକଟରୁ  ଉଦ୍ଧାର କରାଯାଇଛି। ନାବାଳକକୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା ଜାରି ରହିଛି। 

ରାଜଧାନୀ ମୁକୁଳା ଡ୍ରେନରେ ନିଖୋଜ ନାବାଳକ ଉଦ୍ଧାର, କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ରାଜଧାନୀରେ ମୁକୁଳା ଡ୍ରେନରେ ଭାସି ଯାଇଥିବା ନାବାଳକ ଉଦ୍ଧାର ହୋଇଛି। ୟୁନିଟ୍-୩ ମସଜିଦ କଲୋନୀ ନିକଟରେ ଏହି ଘଟଣା ଘଟିଛି। ଉଦ୍ଧାର ପରେ ନାବାଳକକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରାୟ ଘଣ୍ଟାଏ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରିଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ, ନାବାଳକର ନାଁ ଏସକେ ରାଜେଶ ହୋଇଥିବା କୁହାଯାଉଛି। ବୟସ ୮ରୁ ୧୦ ବର୍ଷ ହେବ। ନିଜ ସାଙ୍ଗମାନଙ୍କ ସହ ମୁକୁଳା ଡ୍ରେନ ପାଖରେ ଖେଳୁଥିଲେ। ସେହି ସମୟରେ ନାଳରେ କିଛି ଆକର୍ଷଣୀୟ ବେଲୁନ ଭାସି ଆସିଥିଲା, ଯାହାକୁ ଆଣିବା ପାଇଁ ନାବାଳକ ଜଣକ ଓ ସାଙ୍ଗମାନେ ଡ୍ରେନ ଭିତରକୁ ପଶିଥିଲେ। ତେବେ ପ୍ରବଲ ବେଗରେ ଆସୁଥିବା ବର୍ଷା ପାଣିରେ ନାବାଳକ ଭାସି ଯାଇଥିଲେ। 

ନାବାଳକ ଭାସି ଯାଉଥିବା ଦେଖି ତାଙ୍କ ସାଙ୍ଗପିଲାମାନେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ମୁକୁଳା ଡ୍ରେନ ପାକରେ ପହଞ୍ଚି ନାବାଳକ ସନ୍ଧାନରେ ଜୁଟିଥିଲେ। ଶେଷରେ ନାବାଳକ ଜଣକୁ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ନିକଟରୁ  ଉଦ୍ଧାର କରାଯାଇଛି। ନାବାଳକକୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସା ଜାରି ରହିଛି।