ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ

ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ପାଳନ କରିଥିଲେ। ସୁକେଶ ଜ୍ୟାକଲିନଙ୍କୁ ଦେଇଥିବା ଏହି ଜାହାଜର ନାମ ଜ୍ୟାକଲିନଙ୍କ ନାମରେ ରଖାଯାଇଛି। ଏହା ହେଉଛି ସମାନ ଜାହାଜ ଯାହା ସୁକେଶ ୨୦୨୧ରେ ଜ୍ୟାକଲିନଙ୍କ ପାଇଁ ବାଛିଥିଲେ। କେବଳ ଏତିକି ନୁହେଁ, ଜ୍ୟାକଲିନଙ୍କ ନୂଆ ଗୀତକୁ ହିଟ […] The post ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ appeared first on Dharitri Odia News.

ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ

ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ପାଳନ କରିଥିଲେ। ସୁକେଶ ଜ୍ୟାକଲିନଙ୍କୁ ଦେଇଥିବା ଏହି ଜାହାଜର ନାମ ଜ୍ୟାକଲିନଙ୍କ ନାମରେ ରଖାଯାଇଛି। ଏହା ହେଉଛି ସମାନ ଜାହାଜ ଯାହା ସୁକେଶ ୨୦୨୧ରେ ଜ୍ୟାକଲିନଙ୍କ ପାଇଁ ବାଛିଥିଲେ। କେବଳ ଏତିକି ନୁହେଁ, ଜ୍ୟାକଲିନଙ୍କ ନୂଆ ଗୀତକୁ ହିଟ କରିବା ପାଇଁ ସେ ୧୦୦ ଆଇଫୋନ ୧୫ପ୍ରୋ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ସୁକେଶ ଜ୍ୟାକଲିନଙ୍କୁ ଏକ ଚିଠି ଲେଖି ଏଥିରେ ଥିବା ଉପହାରଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ।

ସୁକେଶ ଚନ୍ଦ୍ରଶେଖର ତାଙ୍କ ଚିଠିରେ କହିଛନ୍ତି ଯେ ‘ଲେଡି ଜ୍ୟାକଲିନ’ ନାମକ ଏହି ୟାଚ ବା ଜାହାଜ ଚଳିତ ମାସରେ ଡେଲିଭରି କରାଯିବ। ସେ କହିଛନ୍ତି ଯେ ଜାହାଜର ସମସ୍ତ ଟିକସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ। ଜ୍ୟାକଲିନ ପଶୁ କଲ୍ୟାଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ସୁକେଶ କହିଛନ୍ତି ଯେ ବେଙ୍ଗାଲୁରୁରେ ଜ୍ୟାକଲିନଙ୍କୁ ସେ ଦେଇଥିବା ପଶୁ ଡାକ୍ତରଖାନାର କାମ ଚଳିତ ବର୍ଷ ଶେଷ ହେବାକୁ ଯାଉଛି।

ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଜନ୍ମଦିନରେ ଉପହାର ସହ ପ୍ରତିଶ୍ରୁତି ଦେଇ ମହାଠକ ସୁକେଶ ଚନ୍ଦ୍ରଶେଖର ୱାୟାନାଡ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୫କୋଟି ଟଙ୍କା ଏବଂ ୩୦୦ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜ୍ୟାକଲିନଙ୍କ ଉପରେ ସୁଟିଂ ହୋଇଥିବା ‘ୟିମି ୟିମି’ ଗୀତକୁ ସୁପରହିଟ କରିବା ପାଇଁ ସେ ୧୦୦ଆଇଫୋନ ୧୫ ପ୍ରୋ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି।

The post ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ appeared first on Dharitri Odia News.