ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ବାଲିଗୁଡ଼ା ଟାଉନର ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଦୋକାନରେ ପଶି ନଗଦ ୭/୮ ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରି କରି ନେଇଥିବା ବେଳେ ନୂଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ୱମ୍ବର ପାତ୍ରଙ୍କ ହୋଟେଲରୁ […] The post ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ବାଲିଗୁଡ଼ା ଟାଉନର ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ଥିବା ଗିରିଜା ମେଡିସିନ ଷ୍ଟୋରର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଦୋକାନରେ ପଶି ନଗଦ ୭/୮ ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରି କରି ନେଇଥିବା ବେଳେ ନୂଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ୱମ୍ବର ପାତ୍ରଙ୍କ ହୋଟେଲରୁ କିଛି ପଇସାପତ୍ର ଓ ଜିନିଷପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠ ପଟା ଭାଙ୍ଗି କିଛି ଇଲେକ୍ଟ୍ରି ଜିନିଷ ଚୋରି କରି ନେଇଥିବା ଜଣାପଡ଼ିଛି l ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି l ଖୋଦ୍‌ ବାଲିଗୁଡ଼ା ଟାଉନରେ ଦିନ ହେଉ କିମ୍ବା ରାତି ହେଉ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରୁ ନ ଥିବାରୁ ଚୋରି, ରାହାଜାନି ସହ ଛୋଟ ବଡ଼ ଦୁର୍ଘଟଣାମାନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

The post ଗୋଟିଏ ରାତିରେ ୩ ଚୋରି: ଦୋକାନ ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.