ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟି ରବିବାର ଖୋଲିଛି ରତ୍ନଭଣ୍ଡାର। ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରଥମେ ବାହାର ରତ୍ନଭଣ୍ଡାର ଦ୍ୱାର ଖୋଲିଥିଲେ। ଏହା ପରେ ଶହ ଶହ ସଂଖ୍ୟାରେ ଚେମେଣିଆ ବାହାରକୁ ବାହାରି ଆସୁଛନ୍ତି। ଏପରିକି ବାଇଶି ପାହାଚ ସାରା ଘୂରି ବୁଲୁଛନ୍ତି। ଏପରି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍‌ ସମୟରେ […] The post ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ appeared first on Dharitri Odia News.

ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟି ରବିବାର ଖୋଲିଛି ରତ୍ନଭଣ୍ଡାର। ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରଥମେ ବାହାର ରତ୍ନଭଣ୍ଡାର ଦ୍ୱାର ଖୋଲିଥିଲେ। ଏହା ପରେ ଶହ ଶହ ସଂଖ୍ୟାରେ ଚେମେଣିଆ ବାହାରକୁ ବାହାରି ଆସୁଛନ୍ତି। ଏପରିକି ବାଇଶି ପାହାଚ ସାରା ଘୂରି ବୁଲୁଛନ୍ତି। ଏପରି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍‌ ସମୟରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ। ଏନେଇ ପ୍ରକ୍ରିୟା ଜାରି ରହିଛି। ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଭିତରକୁ ଯାଇଥିବାର ଜଣାପଡ଼ିଛି।

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଟିମ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ୍‌ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୬ ବର୍ଷ ହେବ ଏହା ଖୋଲାଯାଇ ନ ଥିଲା।

ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା।

The post ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ appeared first on Dharitri Odia News.