କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା,୨୯।୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭବିଷ୍ୟତ ଉପରେ ଏହି ରାୟ ଦେଇଛନ୍ତି। କଂଗ୍ରେସ ବିଧାୟକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନ […] The post କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି appeared first on Dharitri Odia News.

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା,୨୯।୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।
ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭବିଷ୍ୟତ ଉପରେ ଏହି ରାୟ ଦେଇଛନ୍ତି। କଂଗ୍ରେସ ବିଧାୟକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନ ଦଳ ବିରୋଧୀ ଆଇନ ଅନୁଯାୟୀ ଏହି ବିଧାୟକଙ୍କ ଅଯୋଗ୍ୟତା ପାଇଁ ଆବେଦନ କରିଥିଲେ।
ବାଚସ୍ପତି ଗତକାଲି ଉଭୟ ପକ୍ଷର ଶୁଣାଣି କରିଥିଲେ। ଆଜି ବାଚସ୍ପତି ଏହି ରାୟ ଦେଇଛନ୍ତି। ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି କୁଲଦୀପ ସିଂ ପଠାନିଆ କହିଛନ୍ତି, ଦଳ ବିରୋଧୀ ଆଇନ ଅନୁଯାୟୀ ମୁଁ ୬ ଜଣ ବିଧାୟକଙ୍କୁ ଅଯୋଗ୍ୟ କରିଛି, ସେମାନେ ଆଉ ହିମାଚଳ ପ୍ରଦେଶ ବିଧାନସଭା ସଦସ୍ୟ ନୁହଁନ୍ତି।

 

The post କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି appeared first on Dharitri Odia News.