ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ

ଚାଟେରକ୍ସ,୩ା୮: ଗୁଆଟେମାଲା ପାଇଁ ଟ୍ରାପ୍‌ ଶୁଟିଂରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଆଟେମାଲା ଦେଶ ପକ୍ଷରୁ ଏହା ତୃତୀୟ ଅଲିମ୍ପିକ୍ସ ପଦକ ହୋଇଥିବା ବେଳେ ବିଜେତା ଆଡ୍ରିଆନା ରୁଆନୋ ଅଲିଭାଙ୍କ ପାଇଁ ଏହା ଏକ ସ୍ମରଣୀୟ ଯାତ୍ରା। ଏକଦା ପକ୍ଷାଘାତର ଶିକାର ହୋଇଥିବା ଏହି ଆଥ୍‌ଲେଟ ଜଣକ ଟ୍ରାପ୍‌ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆରମ୍ଭରୁ ଜିମ୍ନାଷ୍ଟିକ୍ସ ପ୍ରତି ଆଡ୍ରିଆନାଙ୍କ ରହିଥିଲା ଅହେତୁକ ଦୁର୍ବଳତା। ତେବେ ଅଭ୍ୟାସ ସମୟରେ ମେରୁଦଣ୍ଡରେ ଗଭୀର […] The post ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ appeared first on Dharitri Odia News.

ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ

ଚାଟେରକ୍ସ,୩ା୮: ଗୁଆଟେମାଲା ପାଇଁ ଟ୍ରାପ୍‌ ଶୁଟିଂରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଆଟେମାଲା ଦେଶ ପକ୍ଷରୁ ଏହା ତୃତୀୟ ଅଲିମ୍ପିକ୍ସ ପଦକ ହୋଇଥିବା ବେଳେ ବିଜେତା ଆଡ୍ରିଆନା ରୁଆନୋ ଅଲିଭାଙ୍କ ପାଇଁ ଏହା ଏକ ସ୍ମରଣୀୟ ଯାତ୍ରା। ଏକଦା ପକ୍ଷାଘାତର ଶିକାର ହୋଇଥିବା ଏହି ଆଥ୍‌ଲେଟ ଜଣକ ଟ୍ରାପ୍‌ ଶୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆରମ୍ଭରୁ ଜିମ୍ନାଷ୍ଟିକ୍ସ ପ୍ରତି ଆଡ୍ରିଆନାଙ୍କ ରହିଥିଲା ଅହେତୁକ ଦୁର୍ବଳତା। ତେବେ ଅଭ୍ୟାସ ସମୟରେ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ପକ୍ଷାଘାତର ଶିକାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଥିଲେ। ତେବେ ମେରୁଦଣ୍ଡର ୬ଟି ସ୍ଥାନରେ ଆଘାତ କାରଣରୁ ସେ ଆଉ ଜିମ୍ନାଷ୍ଟିକ୍ସ ଅଭ୍ୟାସ କରିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ଆଡ୍ରିଆନା ଶୁଟିଂକୁ ଚୟନ କରିବା ସହ ଇତିହାସ ରଚିଛନ୍ତି।

ସ୍କୁଲ ସମୟରୁ ଆଡ୍ରିଆନା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍‌ରେ ସକ୍ରିୟ ରହିଥିଲେ। ଏପରି କି ଆଘାତ ପରେ ମଧ୍ୟ ସେ କ୍ରୀଡ଼ା ସହ ଯୋଡ଼ି ହୋଇ ରହିବାକୁ ଚାହିଁଥିଲେ। ତେବେ ସେ କେବଳ ଶୁଟିଂରେ ଭାଗ ନେଇପାରିବେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଜଣେ ଭାଇଙ୍କ ସାଙ୍ଗ ସ୍କିଟ୍‌ ଶୁଟର ରହିଥିବା ବେଳେ ତାଙ୍କ ସହାୟତାରେ ଅଭ୍ୟାସ ଆରମ୍ଭ କରିଥିଲେ ଆଡ୍ରିଆନା। ଆରମ୍ଭରୁ ସେ ଶୁଟିଂ ପ୍ରତି ଆଦୌ ଆଗ୍ରହୀ ନ ଥିଲେ। ମାନସିକ ଦୁଶ୍ଚିନ୍ତାରୁ ନିଜକୁ ଦୂରେଇ ରଖିବା ପାଇଁ ଶୁଟିଂକୁ ଅଭ୍ୟାସ କରିଥିବା ଆଡ୍ରିଆନା ୨୦୨୦ରେ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ତେବେ ଏହା ପୂର୍ବରୁ ୨୦୧୬ ରିଓ ଡି ଜେନେରିଓରେ ସେ ଜଣେ ଭଲ୍ୟୁଣ୍ଟର ଭାବରେ ଅଂଶଗ୍ରହଣ କରିଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅନ୍ତିମ ସ୍ଥାନରେ ରହିଥିଲେ ମଧ୍ୟ କଠିନ ପରିଶ୍ରମ କରି ୩ ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏପରି କି ଅଲିମ୍ପିକ ଗେମ୍ସର ୪ ସପ୍ତାହ ପୂର୍ବରୁ ଆଡ୍ରିଆନାଙ୍କ ପିତାଙ୍କ ପରଲୋକ ହୋଇଥିଲା। ତେବେ ସମସ୍ତ ଦୁଃଖକୁ ପଛରେ ପକାଇ ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସ୍ପାନିଶ ଟେନିସ୍‌ ତାରକା ରାଫେଲ ନାଡାଲଙ୍କୁ ସେ ନିଜର ଆଦର୍ଶ ମନେକରନ୍ତି ବୋଲି କୁହନ୍ତି ଆଡ୍ରିଆନା।

The post ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ appeared first on Dharitri Odia News.