ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଚିହ୍ନଟ ଏବଂ ସମସ୍ୟାର ସମାଧାନ ପାଇଁ ବାୟୁ ଗୁଣବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ୍‌) ଗଠନ କରାଯାଇଛି। ଅନୁରୂପ ଆୟୋଗ ସମସ୍ତ ରାଜ୍ୟରେ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ଆମେ ସୁପ୍ରିମକୋର୍ଟରେ ବସି ଦିଲ୍ଲୀର ବାୟୁ ପ୍ରଦୂଷଣ […] The post ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ appeared first on Dharitri Odia News.

ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ଗୁଣବତ୍ତା ଚିହ୍ନଟ ଏବଂ ସମସ୍ୟାର ସମାଧାନ ପାଇଁ ବାୟୁ ଗୁଣବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ୍‌) ଗଠନ କରାଯାଇଛି। ଅନୁରୂପ ଆୟୋଗ ସମସ୍ତ ରାଜ୍ୟରେ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ଆମେ ସୁପ୍ରିମକୋର୍ଟରେ ବସି ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ କରଥିବା ନେଇ ଭୁଲ୍‌ ସଙ୍କେତ ଦେବାକୁ ଚାହୁଁନାହୁଁ ବୋଲି ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି। ଏନ୍‌ସିଆର୍‌ ବାହାରେ ସହରଗୁଡ଼ିକରେ ପ୍ରଦୂଷଣ ନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ନ ଥିବାରୁ ଦିଲ୍ଲୀରେ ଜିଆର୍‌ଏପି (ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌) କଟକଣା ବିଫଳ ହୋଇଥିବା କୋର୍ଟ କମିଶନ ଜଣାଇଥିଲେ। ଗତ ମାସରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚତ୍ବାରୁ ଜିଆର୍‌ଏପି-୪ ଲାଗୁ ହୋଇଥିଲା। ପ୍ରଦୂଷଣ ହ୍ରାସ ପରେ କଟକଣା କୋହଳ ହୋଇଥିଲା। ସୋମବାର ପୁନର୍ବାର ବାୟୁ ମାନ ସୂଚକାଙ୍କ ୪୦୦ ଟପିବାରୁ ଜିଆର୍‌ଏପି-୪ ଲାଗୁ ହୋଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ ପାଠପଢ଼ା ସହ ଡିଜେଲ ଗାଡ଼ି ଚଳାଚଳ ବନ୍ଦ ହୋଇଛି।

The post ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ appeared first on Dharitri Odia News.