ୟୁପିରେ ତାତି ନେଲା ଜୀବନ; ନିର୍ବାଚନ ଡ୍ୟୁଟିରେ ଥିବା ୫ ହୋମଗାର୍ଡଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟୟ ଆସନ୍ତାକାଲି । ଜୁନ୍ ପହିଲାରେ ୫୭ ଲୋକସଭା ଆସନରେ ଭୋଟ୍ ପଡ଼ିବ । ଏନେଇ ପୋଲିଂ ପାର୍ଟି ଇଭିଏମ ଧରି ପୋଲିଂ ଷ୍ଟେସନରେ ପହଞ୍ଚିଛନ୍ତି । ସେହିପରି ଆଇନଶୃଙ୍ଖଳ ପରିସ୍ଥିତି ପାଇଁ ପୋଲିସ ଓ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଛନ୍ତି । ହେଲେ ଭୀଷଣ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରୁ ଆସିଛି ଦୁଃଖଦ ଖବର । ମତଦାନ କେନ୍ଦ୍ରରେ ନିୟୋଜିତ ହୋମଗାର୍ଡ ଅଂଶୁଘାତର ଶିକାର ହୋଇଛନ୍ତି । ମିର୍ଜାପୁରରେ ୫ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ସେହିପରି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୬ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ହୋମଗାର୍ଡ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିଲେ । ପୋଲିଂ ବୁଥକୁ ଯାଉଥିବା ବେଳେ ୧୯ଜଣ ଅଂଶୁଘାତର ଶିକାର ହୋଇଥିଲେ । ପରେ ତାଙ୍କୁ ସ୍ଥାନୀୟ ଟ୍ରମାକେୟାରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉତ୍ତର ଭାରତରେ ରେକର୍ଡ ଭାଙ୍ଗିଛି ଗରମ । ଅନେକ ସ୍ଥାନରେ ତାପମାତ୍ରା ୫୧ ଡିଗ୍ରୀ ପାର୍ କରିଛି । ଫଳରେ ଭୀଷଣ ହିଟ୍ଓ୍ବେଭ୍ ପାଇଁ ଦେଶ ୫୪ ଅଂଶୁଘାତର ଶିକାର ହୋଇଛନ୍ତି । ୟୁପିର ମିର୍ଜାପୁରରେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା । ଶନିବାର ମଧ୍ୟ ଭୀଷଣ ଗରମ ନେଇ ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ । ଶନିବାର ଜିଲ୍ଲାରେ ତାପମାତ୍ରା ୪୯ଡିଗ୍ରୀ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟୟ ଆସନ୍ତାକାଲି । ଜୁନ୍ ପହିଲାରେ ୫୭ ଲୋକସଭା ଆସନରେ ଭୋଟ୍ ପଡ଼ିବ । ଏନେଇ ପୋଲିଂ ପାର୍ଟି ଇଭିଏମ ଧରି ପୋଲିଂ ଷ୍ଟେସନରେ ପହଞ୍ଚିଛନ୍ତି । ସେହିପରି ଆଇନଶୃଙ୍ଖଳ ପରିସ୍ଥିତି ପାଇଁ ପୋଲିସ ଓ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଛନ୍ତି । ହେଲେ ଭୀଷଣ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରୁ ଆସିଛି ଦୁଃଖଦ ଖବର । ମତଦାନ କେନ୍ଦ୍ରରେ ନିୟୋଜିତ ହୋମଗାର୍ଡ ଅଂଶୁଘାତର ଶିକାର ହୋଇଛନ୍ତି । ମିର୍ଜାପୁରରେ ୫ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ସେହିପରି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୬ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ହୋମଗାର୍ଡ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିଲେ । ପୋଲିଂ ବୁଥକୁ ଯାଉଥିବା ବେଳେ ୧୯ଜଣ ଅଂଶୁଘାତର ଶିକାର ହୋଇଥିଲେ । ପରେ ତାଙ୍କୁ ସ୍ଥାନୀୟ ଟ୍ରମାକେୟାରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଉତ୍ତର ଭାରତରେ ରେକର୍ଡ ଭାଙ୍ଗିଛି ଗରମ । ଅନେକ ସ୍ଥାନରେ ତାପମାତ୍ରା ୫୧ ଡିଗ୍ରୀ ପାର୍ କରିଛି । ଫଳରେ ଭୀଷଣ ହିଟ୍ଓ୍ବେଭ୍ ପାଇଁ ଦେଶ ୫୪ ଅଂଶୁଘାତର ଶିକାର ହୋଇଛନ୍ତି । ୟୁପିର ମିର୍ଜାପୁରରେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା । ଶନିବାର ମଧ୍ୟ ଭୀଷଣ ଗରମ ନେଇ ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ । ଶନିବାର ଜିଲ୍ଲାରେ ତାପମାତ୍ରା ୪୯ଡିଗ୍ରୀ ପାର୍ କରିପାରେ । ଶୁକ୍ରବାର ନିର୍ବାଚନୀ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲେ । ପରେ ୫ଜଣଙ୍କ ମୃତ୍ୟୁ ହୋଇଛି ।
ଶୁକ୍ରବାର ଅଂଶୁଘାତରେ ୫୪ଜଣଙ୍କ ଜୀବନ ଯାଇଛି । ସେହିପରି ଶତାଧିକ ଅଂଶୁଘାତ ଶିକାର ହୋଇଛି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷ କରି ବିହାର, ଝଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ବିହାରରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ । ଶେଷ ଖବର ସୁଦ୍ଧା ଏଠାରେ ୩୨ଜଣ ପ୍ରାଣହରାଇଛନ୍ତି । ଔରଙ୍ଗାବାଦରେ ୧୭ଜଣ, ଆରାରେ ୬ଜଣ, ଗୟା ଓ ରୋହତସରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ବକ୍ସରରୁ ୨ଜଣ ଏବଂ ରାଜଧାନୀ ପାଟଣାରୁ ହିଟ୍ଷ୍ଟ୍ରୋକରେ ଜଣଙ୍କର ଜୀବନ ଯାଇଛି ।