ଜେଲରୁ ସରକାର ଚଲାଇ ପାରିବେନି କେଜ୍ରିୱାଲ, ସ୍ପଷ୍ଟ ଶବ୍ଦରେ ମନା କଲେ ଏଲଜି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଲାଇ ପାରିବେ ନାହିଁ । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ସ୍ପଷ୍ଟ ଶବ୍ଦରେ ଏହା କହିଛନ୍ତି । ଦିଲ୍ଲୀର କଥିତ ମଦ ଦୁର୍ନୀତି ମମଲାରେ ଗିରଫ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବାକୁ ମନା କରି ଜେଲରୁ ହିଁ ସରକାର ଚଲାଇବେ ବୋଲି କହିଥିଲେ । ଏହାରି ଭିତରେ ଦିଲ୍ଲୀ ସରକାର ଏବଂ ରାଜଭବନ ମୁହାଁମୁହିଁ ହୋଇଛନ୍ତି । ଟାଇମ୍ସ ନାଓ ସମିଟରେ ଏଲଜି ଭିକେ ସକ୍ସେନା କହିଛନ୍ତି, ମୁଁ ଦିଲ୍ଲୀର ଲୋକଙ୍କୁ ଭରଷା ଦେଉଛି ଯେ ସରକାର ଜେଲରୁ ଚାଲିବ ନାହିଁ । କାର୍ଯ୍ୟକ୍ରମରେ ଉପରାଜ୍ୟପାଳଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ ଦିଲ୍ଲୀରେ ସରକାର ଜେଲରୁ ଚାଲିବ ? ସକ୍ସେନା ଏହା ଉପରେ ସ୍ପଷ୍ଟ ଶବ୍ଦରେ ଜବାବ ଦେଇଥିଲେ । ଏଲଜି ବୟାନ ପରେ ଦିଲ୍ଲୀ ସରକାର ଏବଂ ରାଜଭବନ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । ଆମ୍ ଆଦାମୀ ପାର୍ଟି କହିସାରିଛି ଯେ ଜେଲରୁ ସରକାର ଚଳାଇବା ପାଇଁ ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ସହଯୋଗ ନିଆଯିବ ।ମାର୍ଚ୍ଚ ୨୧ରେ ଗିରଫଦାରୀ ପରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ସେ ଇସ୍ତଫା ଦେବେ ନାହିଁ ଏବଂ ଜେଲରୁ ହିଁ ସରକାର ଚଲାଇବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୮ ଯାଏ ଇଡି ହେପାଜତକୁ ପଠାଯାଇଛି । ତେବେ ଏହାରି ଭିତରେ ଇଡି ହେପାଜତରେ ରହି ଦିଲ୍ଲୀର ଜଳ ଏବଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଦୁଇଟି ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ । ତେବେ ବିଜେପି ଏହାକ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଲାଇ ପାରିବେ ନାହିଁ । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ସ୍ପଷ୍ଟ ଶବ୍ଦରେ ଏହା କହିଛନ୍ତି । ଦିଲ୍ଲୀର କଥିତ ମଦ ଦୁର୍ନୀତି ମମଲାରେ ଗିରଫ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବାକୁ ମନା କରି ଜେଲରୁ ହିଁ ସରକାର ଚଲାଇବେ ବୋଲି କହିଥିଲେ । ଏହାରି ଭିତରେ ଦିଲ୍ଲୀ ସରକାର ଏବଂ ରାଜଭବନ ମୁହାଁମୁହିଁ ହୋଇଛନ୍ତି ।
ଟାଇମ୍ସ ନାଓ ସମିଟରେ ଏଲଜି ଭିକେ ସକ୍ସେନା କହିଛନ୍ତି, ମୁଁ ଦିଲ୍ଲୀର ଲୋକଙ୍କୁ ଭରଷା ଦେଉଛି ଯେ ସରକାର ଜେଲରୁ ଚାଲିବ ନାହିଁ । କାର୍ଯ୍ୟକ୍ରମରେ ଉପରାଜ୍ୟପାଳଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ ଦିଲ୍ଲୀରେ ସରକାର ଜେଲରୁ ଚାଲିବ ? ସକ୍ସେନା ଏହା ଉପରେ ସ୍ପଷ୍ଟ ଶବ୍ଦରେ ଜବାବ ଦେଇଥିଲେ । ଏଲଜି ବୟାନ ପରେ ଦିଲ୍ଲୀ ସରକାର ଏବଂ ରାଜଭବନ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି । ଆମ୍ ଆଦାମୀ ପାର୍ଟି କହିସାରିଛି ଯେ ଜେଲରୁ ସରକାର ଚଳାଇବା ପାଇଁ ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ସହଯୋଗ ନିଆଯିବ ।
ମାର୍ଚ୍ଚ ୨୧ରେ ଗିରଫଦାରୀ ପରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ସେ ଇସ୍ତଫା ଦେବେ ନାହିଁ ଏବଂ ଜେଲରୁ ହିଁ ସରକାର ଚଲାଇବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୮ ଯାଏ ଇଡି ହେପାଜତକୁ ପଠାଯାଇଛି । ତେବେ ଏହାରି ଭିତରେ ଇଡି ହେପାଜତରେ ରହି ଦିଲ୍ଲୀର ଜଳ ଏବଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଦୁଇଟି ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ । ତେବେ ବିଜେପି ଏହାକୁ ନେଇ ଏଲଜିଙ୍କ ନିକଟରେ ଅଭିଯୋଗ କରିଛି ଏବଂ ନିର୍ଦ୍ଦେଶକୁ ଫେକ୍ କହିଛି । ଇଡି ସୂତ୍ରରୁ ବି କହିଥିଲା ଯେ କେଜ୍ରିୱାଲଙ୍କୁ କଷ୍ଟେଡିରୁ କୌଣସି ପ୍ରକାର ଫାଇଲ୍ ଉପରେ ହସ୍ତାକ୍ଷର ପାଇଁ ଅନୁମତି ଦିଆଯାଇ ନାହିଁ ।