ଲଗାତାର ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା, ବଢୁଛି ରୂପା ଦର, ଜାଣନ୍ତୁ ଆଜିର ବଜାର ଦର
ନୂଆଦିଲ୍ଲୀ ୨।୭: ଭାରତୀୟ ସ୍ୱର୍ଣ୍ଣାଳଙ୍କାର ବଜାରରେ ୨ଜୁଲାଇ ମଙ୍ଗଳବାର ସୁନା ଦରରେ ହ୍ରାସ ଦେଖାଯାଇଛି। ହେଲେ ରୂପା ଦରରେ ବୃଦ୍ଧି ଦେଖାଯାଇଛି। ସୁନା ପ୍ରତି ୧୦ ଗ୍ରାମ ପିଛା ଦର ଏବେବି ୭୧ ହଜାର ପାର ରହିଛି। ଏଥିରେ ରୂପା କେଜି ପିଛା ଦର ୮୮ ହଜାର ଟଙ୍କାକୁ ପାର କରିଯାଇଛି। ଜାତୀୟ ସ୍ତରରେ ୯୯୯ପ୍ରତିଶତ ସୁଦ୍ଧତାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୧,୮୫୮ ଟଙ୍କାରେ କାରବାର ହେଉଛି। ସେହିପରି ୯୯୯ ଶୁଦ୍ଧତାର ରୂପା କେଜି ପିଛା ଦର ୮୮,୦୮୫ ଟଙ୍କାରେ କାରବାର ହେଉଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେ) ଗତ ଦିନ ଅର୍ଥାତ ୧ ଜୁଲାଇରେ ୯୧୬ ପ୍ରତିଶତ ଶୁଦ୍ଧତା ଅର୍ଥାତ ୨୨ କ୍ୟାରଟ ଗୋଲ୍ଡ ଦର ପ୍ରତି ୧୦ ଗ୍ରାମ ୭୧,୫୮୬ ଟଙ୍କା ଥିଲା। ଏହି ଭଳି ଭାବେ ଶୁଦ୍ଧତା ଆଧାରରେ ସୁନା ଦର ହ୍ରାସ ହୋଇଥିବା ବେଳେ ରୂପା ଦର କିନ୍ତୁ ବଢିବାରେ ଲାଗିଛି। ଆଇବିଜେ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଛୁଟି ବ୍ୟତୀତ ଶନିବାର ଓ ରବିବାର ଦର ଜାରି କରାଯାଏ ନାହିଁ। ୨୨ କ୍ୟାରେଟ ଓ ୧୮ କ୍ୟାରେଟ ଗୋଲ୍ଡର ଖୁଚୁରା ମୂଲ୍ୟ ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରକୁ ମିସ କଲ କରାଯାଇ ପାରେ। ଏହି ନମ୍ବରରେ କଲ କଲେ କିଛି ସମୟ ପରେ ଏସଏମଏସ୍ ମାଧ୍ୟମରେ ସୁନା ରୂପାର ତାଜା ବଜାର ଦର ଜଣାଇ ଦିଆଯାଏ। ଏହା ଛଡା ଲଗାତାର ଦର ଅପଡେଟ୍ ନିମନ୍ତେ ଆଇବିଜେଏ ୱେବସାଇଟ୍ ମଧ୍ୟ ଭିଜିଟ କରିପାରନ୍ତି।
ନୂଆଦିଲ୍ଲୀ ୨।୭: ଭାରତୀୟ ସ୍ୱର୍ଣ୍ଣାଳଙ୍କାର ବଜାରରେ ୨ଜୁଲାଇ ମଙ୍ଗଳବାର ସୁନା ଦରରେ ହ୍ରାସ ଦେଖାଯାଇଛି। ହେଲେ ରୂପା ଦରରେ ବୃଦ୍ଧି ଦେଖାଯାଇଛି। ସୁନା ପ୍ରତି ୧୦ ଗ୍ରାମ ପିଛା ଦର ଏବେବି ୭୧ ହଜାର ପାର ରହିଛି। ଏଥିରେ ରୂପା କେଜି ପିଛା ଦର ୮୮ ହଜାର ଟଙ୍କାକୁ ପାର କରିଯାଇଛି। ଜାତୀୟ ସ୍ତରରେ ୯୯୯ପ୍ରତିଶତ ସୁଦ୍ଧତାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୧,୮୫୮ ଟଙ୍କାରେ କାରବାର ହେଉଛି।

ସେହିପରି ୯୯୯ ଶୁଦ୍ଧତାର ରୂପା କେଜି ପିଛା ଦର ୮୮,୦୮୫ ଟଙ୍କାରେ କାରବାର ହେଉଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେ) ଗତ ଦିନ ଅର୍ଥାତ ୧ ଜୁଲାଇରେ ୯୧୬ ପ୍ରତିଶତ ଶୁଦ୍ଧତା ଅର୍ଥାତ ୨୨ କ୍ୟାରଟ ଗୋଲ୍ଡ ଦର ପ୍ରତି ୧୦ ଗ୍ରାମ ୭୧,୫୮୬ ଟଙ୍କା ଥିଲା। ଏହି ଭଳି ଭାବେ ଶୁଦ୍ଧତା ଆଧାରରେ ସୁନା ଦର ହ୍ରାସ ହୋଇଥିବା ବେଳେ ରୂପା ଦର କିନ୍ତୁ ବଢିବାରେ ଲାଗିଛି।

ଆଇବିଜେ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଛୁଟି ବ୍ୟତୀତ ଶନିବାର ଓ ରବିବାର ଦର ଜାରି କରାଯାଏ ନାହିଁ। ୨୨ କ୍ୟାରେଟ ଓ ୧୮ କ୍ୟାରେଟ ଗୋଲ୍ଡର ଖୁଚୁରା ମୂଲ୍ୟ ଜାଣିବା ପାଇଁ ୮୯୫୫୬୬୪୪୩୩ ନମ୍ବରକୁ ମିସ କଲ କରାଯାଇ ପାରେ। ଏହି ନମ୍ବରରେ କଲ କଲେ କିଛି ସମୟ ପରେ ଏସଏମଏସ୍ ମାଧ୍ୟମରେ ସୁନା ରୂପାର ତାଜା ବଜାର ଦର ଜଣାଇ ଦିଆଯାଏ। ଏହା ଛଡା ଲଗାତାର ଦର ଅପଡେଟ୍ ନିମନ୍ତେ ଆଇବିଜେଏ ୱେବସାଇଟ୍ ମଧ୍ୟ ଭିଜିଟ କରିପାରନ୍ତି।