ଝିଅଘରୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବାପାଙ୍କ ଜୀବନ

ବିନିକା ୨୮।୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମେଘଳା ସାହାଜବାହାଲ ଠାରେ ଅଜଣା ଗାଡ଼ି ଧକ୍କାର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମେଘଲା ଗାଁର କବିରାଜ ପୋଢ଼ l କବିରାଜ ନିଜ ଝିଅ ଘରୁ ମଙ୍ଗଳବାର ସକାଳେ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମେଘଳା ସାହାଜବାହାଲ ଛକ ଠାରେ ଅଜଣା ଗାଡି ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା  l ଯାତାୟାତ କରୁଥିବା ଲୋକେ ରାସ୍ତା କଡରେ କବିରାଜ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ l ପରେ ସ୍ଥାନୀୟ ଲୋକେ ବିନିକା ଡାକ୍ତରଖାନାରେ କବିରାଜକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭର୍ତ୍ତି କରିଥିଲେ l ଡାକ୍ତର ଚିକିତ୍ସା ପରେ କବିରାଜକୁ ମୃତ ଘୋଷଣା କରିଛନ୍ତି l ବିନିକା ଡାକ୍ତରଖାନାରେ ବିନିକା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି lYou Can Read :ଓଡିଶାକୁ ଡେରିରେ ଆସିବ ମୌସୁମୀ, ଏଥର ରାଜ୍ୟରେ ରଜ ପାଗ ରହିପାରେ ତତଲା 

ଝିଅଘରୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବାପାଙ୍କ ଜୀବନ

ବିନିକା ୨୮।୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମେଘଳା ସାହାଜବାହାଲ ଠାରେ ଅଜଣା ଗାଡ଼ି ଧକ୍କାର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମେଘଲା ଗାଁର କବିରାଜ ପୋଢ଼ l କବିରାଜ ନିଜ ଝିଅ ଘରୁ ମଙ୍ଗଳବାର ସକାଳେ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମେଘଳା ସାହାଜବାହାଲ ଛକ ଠାରେ ଅଜଣା ଗାଡି ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା  l ଯାତାୟାତ କରୁଥିବା ଲୋକେ ରାସ୍ତା କଡରେ କବିରାଜ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ l ପରେ ସ୍ଥାନୀୟ ଲୋକେ ବିନିକା ଡାକ୍ତରଖାନାରେ କବିରାଜକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭର୍ତ୍ତି କରିଥିଲେ l ଡାକ୍ତର ଚିକିତ୍ସା ପରେ କବିରାଜକୁ ମୃତ ଘୋଷଣା କରିଛନ୍ତି l ବିନିକା ଡାକ୍ତରଖାନାରେ ବିନିକା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି l

You Can Read :

ଓଡିଶାକୁ ଡେରିରେ ଆସିବ ମୌସୁମୀ, ଏଥର ରାଜ୍ୟରେ ରଜ ପାଗ ରହିପାରେ ତତଲା