ଜଙ୍ଗଲରୁ ବନ୍ଧୁକ, ଭୁଜାଲି ସହିତ ବାଇକ୍‌ ଜବତ, ଶିକାରୀ ଫେରାର

ଓଡଗାଁ,୧।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ଓ ଢୋଲପଥର ଡ୍ୟାମ ନିକଟରୁ ବନ ବିଭାଗ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ଟାଙ୍ଗିଆ, କଟୁରୀ ସହିତ ଗୋଟିଏ ବାଇକ୍‌ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ଖବର ପାଇ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୩ରୁ ୪ଜଣ ଶିକାରୀ ସନ୍ଦେହ ଜନକ ଭାବେ ବନ୍ଧୁକ ଧରି ବୁଲୁଥିବା ବେଳେ ବନ କର୍ମଚାରୀ […] The post ଜଙ୍ଗଲରୁ ବନ୍ଧୁକ, ଭୁଜାଲି ସହିତ ବାଇକ୍‌ ଜବତ, ଶିକାରୀ ଫେରାର appeared first on Dharitri Odia News.

ଜଙ୍ଗଲରୁ ବନ୍ଧୁକ, ଭୁଜାଲି ସହିତ ବାଇକ୍‌ ଜବତ, ଶିକାରୀ ଫେରାର

ଓଡଗାଁ,୧।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଶୁଳିଆ ଜଙ୍ଗଲ ଓ ଢୋଲପଥର ଡ୍ୟାମ ନିକଟରୁ ବନ ବିଭାଗ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, ଟାଙ୍ଗିଆ, କଟୁରୀ ସହିତ ଗୋଟିଏ ବାଇକ୍‌ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ବନ ବିଭାଗ କର୍ମଚାରୀ ସମ୍ପୃକ୍ତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ଖବର ପାଇ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୩ରୁ ୪ଜଣ ଶିକାରୀ ସନ୍ଦେହ ଜନକ ଭାବେ ବନ୍ଧୁକ ଧରି ବୁଲୁଥିବା ବେଳେ ବନ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ହେଲେ ସେମାନେ ଅନ୍ଧକାରର ସୁଯୋଗ ନେଇ ଦୌଡ଼ି ଫେରାର ହୋଇଯାଇଥିଲେ।

ହେଲେ ସେମାନେ ଧରିଧିବା ମାରଣାସ୍ତ୍ର ସହିତ ଏକ ବାଇକ୍‌(ନଂ.ଓଡି ୨୫ଏଲ ୩୫୩୪) ଛାଡି ଚାଳିଯାଇଥିଲେ। ବନ ବିଭାଗ ବାଇକ୍‌ ସହ ଏକ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି। ଅନ୍ୟପକ୍ଷେ ବନ ବିଭାଗ ବାଇକ୍‌ ମାଲିକ ଜିରୀପଡା ଗ୍ରାମର ଧୀରେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ବନପାଳ ସରିତା ବରାଳ ଏବଂ ରେଞ୍ଜର ନିଖିଳେଶ ମଳିକ ସୂଚନା ଦେଇଛନ୍ତି ।

 

The post ଜଙ୍ଗଲରୁ ବନ୍ଧୁକ, ଭୁଜାଲି ସହିତ ବାଇକ୍‌ ଜବତ, ଶିକାରୀ ଫେରାର appeared first on Dharitri Odia News.