ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ…
ନିରାକାରପୁର,୧୦ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାସ୍ତା ମଝିକୁ ଖୁଣ୍ଟଟିକୁ ଖୁବ୍ ଜୋର୍ରେ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ଶତାଧିକ ଲୋକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ମଙ୍ଗଳା ବଜାର ନିକଟ ରାଉତରାୟ ବଗିଚାସ୍ଥିତ ନିରାକାରପୁରଠାରୁ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଅପରାହ୍ନରେ ନିରାକାରପୁର ବଡବଜାରଠାରୁ ମଙ୍ଗଳା ବଜାର ଦେଇ ଭୂଷଣ୍ଡପୁର ରାସ୍ତାରେ […] The post ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ… appeared first on Dharitri Odia News.
ନିରାକାରପୁର,୧୦ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାସ୍ତା ମଝିକୁ ଖୁଣ୍ଟଟିକୁ ଖୁବ୍ ଜୋର୍ରେ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ଶତାଧିକ ଲୋକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ମଙ୍ଗଳା ବଜାର ନିକଟ ରାଉତରାୟ ବଗିଚାସ୍ଥିତ ନିରାକାରପୁରଠାରୁ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଅପରାହ୍ନରେ ନିରାକାରପୁର ବଡବଜାରଠାରୁ ମଙ୍ଗଳା ବଜାର ଦେଇ ଭୂଷଣ୍ଡପୁର ରାସ୍ତାରେ ଏକ ଡିଜେ ଗାଡ଼ି ଯାଉଥିଲା। ହେଲେ ଗାଡ଼ି ଚାଳକଙ୍କର ମନମୁଖୀ ଗାଡ଼ି ଚାଳନା ଯୋଗୁ ଡିଜେଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏତେ ଜୋରରେ ଭିଡି ହୋଇଥିଲା ଯେ, ପାଖରେ ଥିବା ବିଦ୍ୟୁତ ଖୁଣ୍ଟଟି ରାସ୍ତା ଉପରେ ଭାଙ୍ଗି ପଡ଼ିଥିଲା। ଆଜି ନିରାକାରପୁର ହାଟଯୋଗୁ ଉକ୍ତ ରାସ୍ତାଟି ଜନଗହଳି ସତ୍ତ୍ୱେ ଅଳ୍ପକେ ଲୋକେ ବର୍ତ୍ତି ଯାଇଥିଲେ। ତେବେ ସ୍ଥାନୀୟବାସୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ପହଞ୍ଚି ବିଦ୍ୟୁତ୍ ସଂଯୋଗ କାଟିଥିଲେ। ଦୀର୍ଘ ସମୟ ଧରି ଗମନାଗମନ ବାଧାପ୍ରାପ୍ତ ହେବା ସହ ଖବର ଲେଖାହେବା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହୋଇଛନ୍ତି। ଏନେଇ ବିଦ୍ୟୁତ୍ ବିଭାଗର ବରିଷ୍ଠ କର୍ମଚାରୀ ଗୋପାଳ ଚନ୍ଦ୍ରଙ୍କୁ ପଚାରିବାରୁ ନିରାକାରପୁର କାର୍ଯ୍ୟାଳୟରେ ଖୁଣ୍ଟି ନ ଥିବା ଯୋଗୁ ଜଙ୍କିଆ କାର୍ଯ୍ୟାଳୟରୁ ଅଣାଯାଇ ବିଦ୍ୟୁତ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି।
The post ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ… appeared first on Dharitri Odia News.