ବାଘ ଛାଲ ରାକେଟକୁ ଠାବ, ୭ ଗିରଫ

ଭୁବନେଶ୍ୱର, ୭।୪(ଅସମାପିକା ସାହୁ)- ବନ ବିଭାଗ ଏକ ବଡ଼ ଧରଣର ବାଘ ଛାଲ ରାକେଟକୁ ଠାବ କରିଛି। ଗଜପତି ଜିଲାରେ ଏହି ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ସହିତ ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିସହିତ ଗୋଟିଏ ଫିସିଙ୍ଗ କ୍ୟାଟ୍‌ ଏବଂ ଗୋଟିଏ ଲିଓପାର୍ଡ କ୍ୟାଟ ଛାଲକୁ ମଧ୍ୟ ଜବତ କରାଯାଇଛି। ଏଥିରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ […] The post ବାଘ ଛାଲ ରାକେଟକୁ ଠାବ, ୭ ଗିରଫ appeared first on Dharitri Odia News.

ବାଘ ଛାଲ ରାକେଟକୁ ଠାବ, ୭ ଗିରଫ

ଭୁବନେଶ୍ୱର, ୭।୪(ଅସମାପିକା ସାହୁ)- ବନ ବିଭାଗ ଏକ ବଡ଼ ଧରଣର ବାଘ ଛାଲ ରାକେଟକୁ ଠାବ କରିଛି। ଗଜପତି ଜିଲାରେ ଏହି ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ସହିତ ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିସହିତ ଗୋଟିଏ ଫିସିଙ୍ଗ କ୍ୟାଟ୍‌ ଏବଂ ଗୋଟିଏ ଲିଓପାର୍ଡ କ୍ୟାଟ ଛାଲକୁ ମଧ୍ୟ ଜବତ କରାଯାଇଛି। ଏଥିରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଗଜପତି ଜିଲା କୋର୍ଟକୁ ଫରଓ୍ବାର୍ଡ କରାଯାଇଛି। ଏଥିରେ କିଏ ସମ୍ପୃକ୍ତ ଅଛନ୍ତି ଏବଂ କେଉଁଆଡ଼େ ଏହି ରାକେଟ ଯାଇଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କିଙ୍ଗପିନ ସମତେ ଅନ୍ୟ ସମସ୍ତ ଶିକାରୀ ଗିଫର ହେବେ ବୋଲି ପିସିସିଏଫ୍‌ କହିଛନ୍ତି। ୨୪ଘଣ୍ଟିଆ କାମ କରି ଏହି ବଡ଼ ଧରଣର ରାକେଟ ଠାବ କରିଥିବାରୁ ବନ କର୍ମଚାରୀଙ୍କୁ ପିସିସିଏଫ୍‌ ଶୁଭେଚ୍ଛା ଜଣାଇଛନ୍ତି।

The post ବାଘ ଛାଲ ରାକେଟକୁ ଠାବ, ୭ ଗିରଫ appeared first on Dharitri Odia News.