ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ

ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ ଇନିଂସରେ ଉମର ନଜିରଙ୍କ ବିପକ୍ଷରେ ସେ ସଂଘର୍ଷ କରୁଥିବା ନଜର ଆସିଥିଲା। ସେ ମାତ୍ର ୩ ରନ୍‌ କରି ଉଇକେଟ ହରାଇଥିଲେ। ସେହିଭଳି ଦ୍ୱିତୀୟ ଇନିଂସରେ ରାଜସ୍ଥାନ ରୟାଲ୍ସର ଏକ ବୋଲର ତାଙ୍କୁ ଆଉଟ୍‌ […] The post ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ appeared first on Dharitri Odia News.

ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ

ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ ଇନିଂସରେ ଉମର ନଜିରଙ୍କ ବିପକ୍ଷରେ ସେ ସଂଘର୍ଷ କରୁଥିବା ନଜର ଆସିଥିଲା। ସେ ମାତ୍ର ୩ ରନ୍‌ କରି ଉଇକେଟ ହରାଇଥିଲେ। ସେହିଭଳି ଦ୍ୱିତୀୟ ଇନିଂସରେ ରାଜସ୍ଥାନ ରୟାଲ୍ସର ଏକ ବୋଲର ତାଙ୍କୁ ଆଉଟ୍‌ କରିଛନ୍ତି। ବୋଲରଜଣଙ୍କ ହେଲେ ଯୁଦ୍ଧବୀର ସିଂ, ଯାହାଙ୍କ କୋଚ୍‌ ହେଉଛନ୍ତି ରାହୁଲ ଦ୍ରାବିଡ଼। ରାଜସ୍ଥାନ ଟିମ୍‌ ଆଇପିଏଲ୍‌ ଲାଗି ତାଙ୍କୁ ୩୫ ଲକ୍ଷ ଟଙ୍କାରେ କିଣିଛି।

ଅପରପକ୍ଷେ ରୋହିତ ଦ୍ୱିତୀୟ ଥର ଲାଗି ରଣଜୀ ଟ୍ରଫିରେ ଫେଲ୍‌ ହୋଇଛନ୍ତି। ଜମ୍ମୁ କଶ୍ମରର ବିପକ୍ଷ ଦ୍ୱିତୀୟ ଇନିଂସରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କ ଉଇକେଟ ଯୁଦ୍ଧବୀର ନେଇଥିଲେ।

ରୋହିତଙ୍କ ବ୍ୟତିତ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲ ରଣଜୀର ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିନାହାନ୍ତି। ପ୍ରଥମରେ ସେ ୪ ରନ୍‌ କରିଥିବା ବେଳେ ଦ୍ୱିତୀୟରେ ୨୬ ରନ୍‌ କରିଥିଲେ। ଯୁଦ୍ଧବୀର ୬ ଓଭରରେ ୨୧ ରନ୍‌ ଦେଇ ୨ ଉଇକେଟ ନେଇଥିଲେ।

The post ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ appeared first on Dharitri Odia News.