ଦିନେ ପଡ଼ିଆରେ ଦେଖାଉଥିଲେ ଦମ୍‌, ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଦୁଇ ଖେଳାଳି

ଭୁବନେଶ୍ୱର,୩ା୪: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ବେଶ୍‌ ଉଷ୍ଣତା ପ୍ରକାଶ ପାଇଛି। ସବୁଠୁ ରୋଚକ କଥା ହେଲା ଦିନେ ପଡ଼ିଆରେ ଦମ୍‌ ଦେଖାଉଥିବା ଦୁଇ ଖେଳାଳି ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ଖେଳାଳି ହେଲେ ହକି ଷ୍ଟାର ଦିଲ୍ଲୀପ ତିର୍କୀ ଏବଂ ପ୍ରବୋଧ ତିର୍କୀ। ଯଦିଓ ଦୁହେଁ ଅଲଗା ଅଲଗା ଦଳରୁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ତଥାପି ଭୋଟରଙ୍କ ନଜର ଏହି ଦୁଇ ଖେଳାଳିଙ୍କ ଉପରେ ରହିଛି। ଦିଲ୍ଲୀପ ତିର୍କୀ ବିଜେଡିରୁ […] The post ଦିନେ ପଡ଼ିଆରେ ଦେଖାଉଥିଲେ ଦମ୍‌, ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଦୁଇ ଖେଳାଳି appeared first on Dharitri Odia News.

ଦିନେ ପଡ଼ିଆରେ ଦେଖାଉଥିଲେ ଦମ୍‌, ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଦୁଇ ଖେଳାଳି

ଭୁବନେଶ୍ୱର,୩ା୪: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ବେଶ୍‌ ଉଷ୍ଣତା ପ୍ରକାଶ ପାଇଛି। ସବୁଠୁ ରୋଚକ କଥା ହେଲା ଦିନେ ପଡ଼ିଆରେ ଦମ୍‌ ଦେଖାଉଥିବା ଦୁଇ ଖେଳାଳି ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ଖେଳାଳି ହେଲେ
ହକି ଷ୍ଟାର ଦିଲ୍ଲୀପ ତିର୍କୀ ଏବଂ ପ୍ରବୋଧ ତିର୍କୀ। ଯଦିଓ ଦୁହେଁ ଅଲଗା ଅଲଗା ଦଳରୁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ତଥାପି ଭୋଟରଙ୍କ ନଜର ଏହି ଦୁଇ ଖେଳାଳିଙ୍କ ଉପରେ ରହିଛି। ଦିଲ୍ଲୀପ ତିର୍କୀ ବିଜେଡିରୁ ସୁନ୍ଦରଗଡ଼ର ଲୋକ ସଭା ପ୍ରାର୍ଥୀ ହୋଇଥିବା ବେଳେ ପ୍ରବୋଧ କଂଗ୍ରେସରୁ ତଳସରା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ପ୍ରବୋଧ ଦିଲ୍ଲୀପଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀପ ମୋ ବଡ଼ ଭାଇ। ସେ କହିଛନ୍ତି, ଖେଳରେ ଯେମିତି ନିଷ୍ଠା ରଖି ଖେଳି ବିଜୟ ଲାଭ କରୁଥିଲେ ସେହିପରି ରାଜନୀତିରେ ମଧ୍ୟ ନିଷ୍ଠା ରଖି ଆଗକୁ ବଢ଼ିବେ। ପ୍ରବୋଧ କହିଛନ୍ତି, ହକିରେ ୧୧ ଜଣ ଖେଳନ୍ତି, କିନ୍ତୁ ନିର୍ବାଚନ ମଇଦାନରେ ଅନେକ ଖେଳାଳି ଖେଳନ୍ତି। ତେଣୁ କଠିନ ପରିଶ୍ରମ କରି ଏହି ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ପ୍ରବୋଧ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

The post ଦିନେ ପଡ଼ିଆରେ ଦେଖାଉଥିଲେ ଦମ୍‌, ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଦୁଇ ଖେଳାଳି appeared first on Dharitri Odia News.