ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା

ବାଲେଶ୍ବର(କେନ୍ୟୁଜ୍‌) : ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିବାକୁ ଯାଇ ପୋଲିସ ଚକିତ । ଘରୁ ଜବତ ହେଲା ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା । ବାଲେଶ୍ବର ଟାଉନ ଥାନା ବାରବାଟୀ ଅଞ୍ଚଳରୁ ହରିଣ ଚମଡ଼ା ଜବତ ହୋଇଛି । ମୁକ୍ତି ରଣା ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। […] The post ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା appeared first on KNews Odisha.

ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା

ବାଲେଶ୍ବର(କେନ୍ୟୁଜ୍‌) : ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିବାକୁ ଯାଇ ପୋଲିସ ଚକିତ । ଘରୁ ଜବତ ହେଲା ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା । ବାଲେଶ୍ବର ଟାଉନ ଥାନା ବାରବାଟୀ ଅଞ୍ଚଳରୁ ହରିଣ ଚମଡ଼ା ଜବତ ହୋଇଛି । ମୁକ୍ତି ରଣା ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏତଲା ପରେ ପୋଲିସ ଘରେ ଚଢଉ କରିବାକୁ ଯାଇଥିଲା । ଖାନତଲାସି ବେଳେ କିନ୍ତୁ ଘରୁ ୫ଟି ଏୟାର ଗନ, ଗୁଳି, ତୀର ସହ ୨ଟି ହରିଣ ଚମଡା ଜବତ ମିଳିଥିଲା। ଏହାକୁ ଜବତ କରି ମୁକ୍ତି ରଣାକୁ ଗିରଫ କରିଛି ପୋଲିସ । କେଉଁଠାରୁ ହରିଣ ଚମଡା ଆଣିଲେ ତାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଜବତ ଏୟାରଗନ ଗୁଡ଼ିକ ଅଭିଯୁକ୍ତ ଜଣକ ଚଢ଼େଇ ମାରିବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି ।

 

The post ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା appeared first on KNews Odisha.