ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଟିଟିଲାଗଡ଼ ପୋଲିସ । ମୋଟ ୧୧ ପ୍ୟାକେଟରୁ ଉର୍ଦ୍ଧ୍ୱ ପ୍ୟାକେଟରୁ ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ । ବାଲିଗୁଡ଼ାରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼କୁ କରାଯାଉଥିଲା ଗଞ୍ଜେଇ ଚାଲାଣ । ଏକ ପିକଅପ ଭ୍ୟାନ ଯୋଗେ ପାଖା ପାଖି ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ବାହାରକୁ ଚାଲାଣ ହେଉଥିବା ବେଳେ ଟିଟିଲାଗଡ ପୋଲିସ ହାବୁଡ଼ରେ ପଡିଛି ଗଞ୍ଜେଇ ଗାଡି । ପୂର୍ବରୁ ପୋଲିସ ସୂଚନା ପାଇ ଟିଟିଲାଗଡ଼ ସହର […] The post ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ appeared first on KNews Odisha.

ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ
ganja seized

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଟିଟିଲାଗଡ଼ ପୋଲିସ । ମୋଟ ୧୧ ପ୍ୟାକେଟରୁ ଉର୍ଦ୍ଧ୍ୱ ପ୍ୟାକେଟରୁ ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ । ବାଲିଗୁଡ଼ାରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼କୁ କରାଯାଉଥିଲା ଗଞ୍ଜେଇ ଚାଲାଣ । ଏକ ପିକଅପ ଭ୍ୟାନ ଯୋଗେ ପାଖା ପାଖି ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ବାହାରକୁ ଚାଲାଣ ହେଉଥିବା ବେଳେ ଟିଟିଲାଗଡ ପୋଲିସ ହାବୁଡ଼ରେ ପଡିଛି ଗଞ୍ଜେଇ ଗାଡି । ପୂର୍ବରୁ ପୋଲିସ ସୂଚନା ପାଇ ଟିଟିଲାଗଡ଼ ସହର ଥାନା ଛକରୁ ଗଞ୍ଜେଇ ଗାଡ଼ି ଜବତ କରିଛି । ଗଞ୍ଜେଇ ସହ ଗାଡ଼ିକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଡ୍ରାଇଭର ହେଉଛି ବାଲିଗୁଡା ଅଞ୍ଚଳର ପ୍ରଭାତ ମୁନି ।

ଗାଡିର ନମ୍ବରକୁ ବି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯାହାର ବଜାର ମୂଲ୍ୟ ଆନୁମାନିକ ଭାବରେ ୧୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି । ଟିଟିଲାଗଡ ମାଜିଷ୍ଟ୍ରେଟ ଓ ପୋଲିସର ଉପସ୍ଥିତିରେ ଜବତ କରାଯାଇଛି । ସେପଟେ ଲକ୍ଷ ଲକ୍ଷ ଟଙ୍କାର ଏତେ ପରିମାଣରେ ଗଞ୍ଜେଇକୁ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ବ୍ୟବସାୟୀ ଜଣକ କିଏ ତା ଜଣାପଡିନାହିଁ । ଟିଟିଲାଗଡ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

The post ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ appeared first on KNews Odisha.