ଆଜି ଲଞ୍ଚ ହେବ Royal Enfield Classic 650, ଜାଣନ୍ତୁ ଏହାର ପ୍ରାଇସ୍‌ ଏବଂ ଫିଚର୍ସ

Royal Enfield ବାଇକଗୁଡିକ ଭାରତରେ ବହୁତ୍‌ ପପୁଲାର୍‌ । ଏହି ବ୍ରିଟିଶ୍‌ ବ୍ରାଣ୍ଡର ୩୫୦ cc ବାଇକ୍‌ ମଧ୍ୟରେ ବୁଲେଟ୍‌ ଏବଂ କ୍ଲାସିକର ବହୁତ ଡିମାଣ୍ଡ ରହିଛି । ସେହିଭଳି ଭାରତୀୟ ବଜାରରେ Super Meteor 650, Bear 650, Shotgun 650, Continental GT ଏବଂ Interceptor 650 ମଧ୍ୟ ସାମିଲ୍‌ ରହିଛି । ବର୍ତ୍ତମାନ ଆଉ ଏକ ନୂଆ ମୋଟରସାଇକେଲ ଏହି ୬୫୦ ସିସି ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଯାହାର ନାମ ରହିଛି […] The post ଆଜି ଲଞ୍ଚ ହେବ Royal Enfield Classic 650, ଜାଣନ୍ତୁ ଏହାର ପ୍ରାଇସ୍‌ ଏବଂ ଫିଚର୍ସ appeared first on KNews Odisha.

ଆଜି ଲଞ୍ଚ ହେବ Royal Enfield Classic 650, ଜାଣନ୍ତୁ ଏହାର ପ୍ରାଇସ୍‌ ଏବଂ ଫିଚର୍ସ
royal enfield

Royal Enfield ବାଇକଗୁଡିକ ଭାରତରେ ବହୁତ୍‌ ପପୁଲାର୍‌ । ଏହି ବ୍ରିଟିଶ୍‌ ବ୍ରାଣ୍ଡର ୩୫୦ cc ବାଇକ୍‌ ମଧ୍ୟରେ ବୁଲେଟ୍‌ ଏବଂ କ୍ଲାସିକର ବହୁତ ଡିମାଣ୍ଡ ରହିଛି । ସେହିଭଳି ଭାରତୀୟ ବଜାରରେ Super Meteor 650, Bear 650, Shotgun 650, Continental GT ଏବଂ Interceptor 650 ମଧ୍ୟ ସାମିଲ୍‌ ରହିଛି । ବର୍ତ୍ତମାନ ଆଉ ଏକ ନୂଆ ମୋଟରସାଇକେଲ ଏହି ୬୫୦ ସିସି ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଯାହାର ନାମ ରହିଛି – Royal Enfield Classic 650 । ଏହି ପପୁଲାର୍‌ ବାଇକ୍‌ ଆଜି ଅର୍ଥାତ୍‌ ମାର୍ଚ୍ଚ ୨୭ ରେ ଲଞ୍ଚ ହୋଇଛି ।

Classic 650 ର ପାଓ୍ୱାର :
Royal Enfield ର ଏହି ନୂଆ ବାଇକରେ ୬୪୮ ସିସି, ଏୟାର/ଅଏଲ୍‌ କୁଲ୍ଡ ଇଞ୍ଚନ୍‌ ଲାଗିଛି । Classic 650 ରେ ଲାଗିଥିବା ଏହି ଇଞ୍ଜିନ୍‌ ୪୭hp ର ପାଓ୍ୱାର ଦେଇଥାଏ ଏବଂ ୫୨Nm ର ଟର୍କ ମଧ୍ୟ ଜେନେରେଟ୍‌ କରିଥାଏ । ଏହି ବାଇକର ଇଞ୍ଜିନ୍‌ ସହିତ ଏକ ୬-ସ୍ପିଡ୍‌ ଗିୟରବକ୍ସ ମଧ୍ୟ ଉପଲବ୍ଧ ରହିଛି । ଏହି Royal Enfield ର ଇଞ୍ଜିନକୁ ପୂର୍ବରୁ ଟେଷ୍ଟ ମଧ୍ୟ କରାଯାଇଛି ।

ଏଥି ସହ Royal Enfield Classic 350 ରେ ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ, ଏୟାର-ଅଏଲ୍‌ କୁଲ୍ଡ ଇଞ୍ଜିନ୍‌ ଲାଗିଛି । ମୋଟରସାଇକେଲରେ ଥିବା ୩୪୯ ସିସି ଇଞ୍ଜିନ୍‌ ୬,୧୦୦rpm ରେ ୨୦.୨bhp ର ପାଓ୍ୱାର ମିଳିଥାଏ ଏବଂ ୪,୦୦୦rpm ରେ ୨୭Nm ର ଟର୍କ ଜେନେରେଟ୍‌ କରିଥାଏ । ଏହା ସହିତ ଏହି ବାଇକର ଇଞ୍ଜିନରେ ଏକ ଇଲେକ୍ଟ୍ରୋନିକ୍‌ ଫୁଏଲ୍‌ ଇଞ୍ଜେକ୍ସନ୍‌ ସଷ୍ଟମ୍‌ ମଧ୍ୟ ଆଡ୍‌ କରାଯାଇଛି ।

Royal Enfield Classic 650 ର ପାଓ୍ୱାର Classic 350 ତୁଳନାରେ ଦିଇଗୁଣ ଅଧିକା । ଏହି ନୂଆ ବାଇକ୍‌ Classic 350 ଗୋଟିଏ ଲିଟର ପେଟ୍ରୋଲରେ ୩୫ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ସେହିଭଳି ୬୫୦ ସିସି ବାଇକ୍‌ ବିଷୟରେ କହିବାକୁ ଗଲେ, ସଟଗନ୍‌ ୬୫୦, ୨୨kmpl ର ମାଇଲେଜ୍‌ ଦେବାକୁ ଦାବି କରେ ।

କେତେ ରହିଛି Classic 650 ର ପ୍ରାଇସ୍‌ :
Classic 650 ର ପ୍ରାଇସ୍‌ ସୁପର ମିଟିଓର ୬୫୦ ଏବଂ ସଟଗନ୍‌ ୬୫୦ ସହିତ ପାଖାପାଖି ହେବ । ସଟଗନ୍‌ ୬୫୦ ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ ୩.୫୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ସୁପର ମିଟିଓର ୬୫୦ ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ ୩.୬୪ ଲକ୍ଷ ଟଙ୍କାରୁ ଆରମ୍ଭ । ଏଥି ସହ କ୍ଲାସିକ୍‌ ୬୫୦ ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ ହେଉଛି – ୧,୯୩,୦୮୦ ଟଙ୍କାରୁ ଆରମ୍ଭ ହୋଇ ୨.୩୦ ଲକ୍ଷ ଟଙ୍କା ପଯ୍ର୍ୟନ୍ତ ରହିଛି ।

The post ଆଜି ଲଞ୍ଚ ହେବ Royal Enfield Classic 650, ଜାଣନ୍ତୁ ଏହାର ପ୍ରାଇସ୍‌ ଏବଂ ଫିଚର୍ସ appeared first on KNews Odisha.