ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା

ଉଦଳା : ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗାଁରେ ଚାଲିଥିଲା ଯାତ୍ରା । ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗାଁରେ। ଗତକାଲି ରାତିରେ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲେ ଗାଁର ସୀତାନାଥ ଦତ୍ତ । ଭୋରରେ ଫେରିବା ବେଳେ ଘରର ମୁଖ୍ୟ କବାଟ ଖୋଲାଥିଲା । ଘରେ କେହି ନଥିବାର ସୁଯୋଗ […] The post ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା appeared first on KNews Odisha.

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା
loot

ଉଦଳା : ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗାଁରେ ଚାଲିଥିଲା ଯାତ୍ରା । ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ। ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗାଁରେ। ଗତକାଲି ରାତିରେ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲେ ଗାଁର ସୀତାନାଥ ଦତ୍ତ । ଭୋରରେ ଫେରିବା ବେଳେ ଘରର ମୁଖ୍ୟ କବାଟ ଖୋଲାଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗଡରେଜ ଲକର ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ନଗଦ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି କପ୍ତିପଦା ପୋଲିସ ।

The post ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା appeared first on KNews Odisha.