୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ କଲେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ
ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ତାଲିକା ପ୍ରକାଶ ପାଇଛି । ୫୫ଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରାଯାଇଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଏହାର ପ୍ରସ୍ତାବ ରଖିଥିଲେ […] The post ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ କଲେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ appeared first on KNews Odisha.

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି । ୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ତାଲିକା ପ୍ରକାଶ ପାଇଛି । ୫୫ଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରାଯାଇଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଏହାର ପ୍ରସ୍ତାବ ରଖିଥିଲେ । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନୁମୋଦିତ ହସ୍ତଶିଳ୍ପ ମଧ୍ୟରେ ରହିଛି ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, କାରୁକାର୍ଯ୍ୟପୂର୍ଣ୍ଣ ସପ, କାରୁକାର୍ଯ୍ୟପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ,ଧାନରୁ ତିଆରି ହସ୍ତଶିଳ୍ପ, ଡଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ତାଳପତ୍ର
ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ସବାଇ ଘାସ କାମ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଇତ୍ୟାଦି ରହିଛି । ରାଜ୍ୟ ସରକାର ଏହି ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ବିକାଶ ପାଇଁ ବିଶେଷ ଧ୍ୟାନ ଦେବା ସହ ସେଥିରେ କାର୍ଯ୍ୟ କରୁଥିବା କାରିଗରମାନଙ୍କୁ ନିୟମାନୁଯାୟୀ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ।
The post ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ କଲେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ appeared first on KNews Odisha.